ଜଳ ବନ୍ଦୀ ବାସୀଙ୍କ ଦୁଃଖ ବୁଝିବ କିଏ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ଦେଇ ପ୍ରବାହିତ ନଦୀ କୁ ବାନ୍ଧି ବନ୍ଧ କରିଦିଆଗଲା ବିସ୍ଥାପିତ ହେଲେ କିଛି ଜଳ ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି।ଭିଟାମାଟି ଛାଡ଼ି ବିସ୍ଥାପିତ ହୋଇ ତତ୍କାଳୀନ ସ୍ୱଳ୍ପ ସହାୟତା ରେ ଜୀବନ ଜୀବିକା ତୁଲାଇବାକୁ ବାଧ୍ୟ ଏଣୁ କିଛି ବିସ୍ଥାପିତ ଜଳ ମଗ୍ନ ନ ହେବାରୁ କଳାହାଣ୍ଡି ଜିଲ୍ଲାର ଷୋହଳରୁ ଉର୍ଦ୍ଧ୍ବ ଗ୍ରାମରେ ଆଜି ବିସ୍ଥାପିତ ହୋଇ ଜୀବନ ଜୀବିକା ପାଇଁ ସଂଘର୍ଷ କରି ଶେଷରେ ପୁଣି ସେମାନଙ୍କ ପୁରୁଣା ଗ୍ରାମକୁ ଫେରି ଜଙ୍ଗଲ ଜମି ଓ ଜଙ୍ଗଲ ଜାତ ଦ୍ରବ୍ୟ ଓ ପୂର୍ବରୁ ଥିବା ଜମିକୁ ନେଇ ଜୀବିକା ନିର୍ବାହ କରୁଛନ୍ତି। ଇତି ମଧ୍ୟରେ ଉକ୍ତ ଗ୍ରାମ ସମୂହ କୁ ମିଶାଇ ଏନ୍ ପୋଡାପଦର୍ ବୋଲି ନୂତନ ପଞ୍ଚାୟତର ମାନ୍ୟତା ମିଳି ଗଲାଣି। କିନ୍ତୁ ଉକ୍ତ ଗ୍ରାମ ଗୁଡ଼ିକରୁ ଡଙ୍ଗା ଘାଟ ଯାଏଁ ରାସ୍ତା ନ ଥିବା ଏବଂ ଯାନ ବାହାନ ଚଳାଚଳ କରୁ ନ ଥିବାରୁ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ବୋହି ଆଣିବାକୁ ପଡୁଛି ଆମ୍ବୁଲାନ୍ସ ବୋଟ ପର୍ଯ୍ୟନ୍ତ। ବୋହି ଆଣିବା ଉଭୟ ରୋଗୀ ଓ ବୋହି ଆଣୁଥିବା ବ୍ୟକ୍ତିଙ୍କ ପାଇ କଷ୍ଟ ଦାୟକ ହେଉଛି। ସେପଟେ ଡ଼ଙ୍ଗା ଘାଟରେ ବୋଟ ରହିବା ସ୍ଥାନରେ ପାହାଚ ସୁବିଧା ମଧ୍ୟ ନ ଥିବାରୁ ବେଦନା ଆହୁରି ବଢି ଯାଉଛି। ଏଭଳି ଚିତ୍ର ଆଜି ଦେଖିବାକୁ ମିଳିଛି , ଥୁଆମୂଳ ରାମପୂର୍ ବ୍ଲକଙ୍କ କ୍ଷେତ୍ରରେ ଏନ୍ ପୋଡ଼ାପଦର ଗ୍ରାମ ପଞ୍ଚାୟତ ଭିତରଡ଼ୁଙ୍ଗା ଗ୍ରାମର କଳା ବତୀ ଲହରାଙ୍କୁ ବୋହି ଆଣୁଥିବା ଦୃଶ୍ୟ ବେଶ୍ ଭାଇରାଲ ହେଉଛି। ଭିତରଡୁଙ୍ଗା ଠାରୁ ନଦୀଘାଟ ପର୍ଯନ୍ତ ଯାତାୟତରେ ଅସୁବିଧା ନେଇ ଓ ଘୁଟ୍ରୁଖାଲ ଠାରେ ବ୍ରିଜ ନିର୍ମାଣ ନେଇ ସ୍ଥାନୀୟ ସରପଞ୍ଚ ରାଇ ସିଂ ମାଝୀ ରାଜଧାନୀ ରୁ ଜିଲ୍ଲାପାଳଙ୍କ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କିନ୍ତୁ ବ୍ରିଜ ପାଇଁ ସମସ୍ତ ସର୍ଭେ ଆଦି ରାସ୍ତା ଓ ଗୃହ ନିର୍ମାଣ ବିଭାଗ କରି ସାରିଥିବା ବେଳେ ତିନି ବର୍ଷ ହେଲାଣି ଉକ୍ତ ପ୍ରସ୍ତାବିତ ଟେଣ୍ଡର ପ୍ରକ୍ରିୟାରେ ରହି ଯାଇଛି। ବ୍ରିଜ ଓ ସଂଯୋଗକାରି ରାସ୍ତା ପାଇଁ ପ୍ରତିଶ୍ରୁତି ମିଳିଥିଲା କିନ୍ତୁ ଉକ୍ତ ପ୍ରସ୍ତାବ ଶୀତଳ ଭଣ୍ଡାରରେ ଥିବାଭଳି ମନେ ହେଉଛି। ଉକ୍ତ ଅଞ୍ଚଳରେ ଜିଲ୍ଲା ମାଇନିଙ୍ଗ ପାଣ୍ଠିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ରାସ୍ତା ଆଦି କାମ ହୋଇଥିବା ରେକର୍ଡ କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା ମନେ ହେଉଛି । ଜଳବନ୍ଦୀ ଅଞ୍ଚଳ ବାସୀଙ୍କ ଅସୁବିଧା ଦୂର ପାଇଁ ଅନେକ ପ୍ରସ୍ତାବ ପ୍ରସ୍ତାବରେ ରହିଯାଇଛି। ୧୦୮ ବୋଟ ଆମ୍ବୁଲାନ୍ସ ରହିବା ସ୍ଥାନରେ ପାହାଚ ନଥିବା ବିଷୟ କୌଣସି ଅଭିଯୋଗ ଆସି ନ ଥିଲା ଏହାର ସମାଧାନ କରାଯିବ ବୋଲି କହିଛନ୍ତି । ସ୍ଥାନୀୟ ସରପଞ୍ଚ ରାଇସିଂ ମାଝୀ କହିଛନ୍ତି ଖୁବ୍ ଶୀଘ୍ର ଏହି ଅଞ୍ଚଳର ବହୁ ସମସ୍ୟା ସମାଧାନ ହେବ ବୋଲି ଜିଲ୍ଲା ପାଳ ପ୍ରତିଶ୍ରୁତି ଦେଇଛନ୍ତି।