କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କେସିଙ୍ଗା ସରକାରୀ ବିଦ୍ୟାଳୟ ପରିସରରେ ସକାଳ ୧୦ ଘଣ୍ଟା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସିଆର ସିସି ଚନ୍ଦ୍ରଧ୍ଵଜ ନାଗ ଙ୍କ ତତ୍ତ୍ଵାବଧାନରେ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ,ସମ୍ମାନିତ ଅତିଥିଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ପତି ଛୁରା ଏଥିରେ କେସିଙ୍ଗା କ୍ଲଷ୍ଟର ର ୯ ଟି ସ୍କୁଲ ର ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୮୦ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।ଏଥିରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ଗଳ୍ପକଥନ, ଗଣିତ ଦୌଡ଼, ଗଣିତ କୁଇଜ, ପ୍ରବନ୍ଧ ଲିଖନ, ବକୃତା, ତର୍କ, ସୃଜନଶୀଳ ଲିଖନ, କଣ୍ଠ ସଙ୍ଗୀତ, ପିଏମ ପୋଷଣ ବିଭାଗର ଚିତ୍ରକଳା ଓ ଶିଳ୍ପ କଳା ପ୍ରଭୃତି ଅନୁଷ୍ଠିତ ହୋଇଥିଲା।ଏତଦ୍ ବ୍ୟତୀତ ପ୍ରତେକ ବିଦ୍ୟାଳୟ ର ଗୋଟିଏ ଲେଖାଏଁ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ କରି ନିଜର ଦକ୍ଷତା ଓ ପ୍ରତିଭା ସମ୍ପାଦନ କରିଥିଲେ।ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଛାତ୍ର ଛାତ୍ରୀ ମାନେ ଆଗାମୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବେ।କାର୍ଯ୍ୟକ୍ରମ କୁ ସମ୍ପାଦନ କରିବା ପାଇଁ କେସିଙ୍ଗା କ୍ଲଷ୍ଟର ର ୨୭ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଥିଲା। ଶେଷରେ ପ୍ରତିଯୋଗିତା ରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।


