ଜିଲ୍ଲା ପଣ୍ଡରା ମାଳି ସମାଜ ଭବନ ନିର୍ମାଣ ପାଇଁ ଭୂମିପୂଜନ

ଜୁନାଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ଜୁନାଗଡ଼ ବ୍ଲକ ଅନ୍ତର୍ଗତ ସନ୍ୟାସୀ କୁଣ୍ଡମାଳ ଛୋରିଆଗଡ଼ ଛକଠାରେ ବୁଧୁବାର ଜିଲ୍ଲାର କେନ୍ଦ୍ରସ୍ଥଳି “କଳାହାଣ୍ଡି ଜିଲ୍ଲା ପଣ୍ଡରାମାଳି ସମାଜ ଭବନର” ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଝାକରଙ୍କ ଦ୍ଵାରା ରୀତିନୀତି ଅନୁସାରେ ପୂଜାର୍ଚନା କରି ପଣ୍ଡରା ମାଳି ସମାଜର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତିରେ ଭୂମି ପୂଜନ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ସମାଜ କଲ୍ୟାଣ ପାଇଁ ନିଜସ୍ୱ ଇଛା ରେ ୫୦ ଡିସମିଳ ଜାଗା ଦାନ ଦେଇ ଥିବା ପଣ୍ଡରା ମାଳି ସମାଜ ଆଇନ ପରାମର୍ଶ ଦାତା ତଥା ବିଶିଷ୍ଟ ସମାଜ ସେବୀ ଦୁର୍ଗା ପ୍ରସାଦ ନାଏକଙ୍କୁ ସମାଜ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପାଣ୍ଡରା ମାଳି ସମାଜ ସେବା ସଙ୍ଘ କଳାହାଣ୍ଡି ଜିଲ୍ଲାର କୁଲପତି ପ୍ରକାଶ ଚନ୍ଦ୍ର ନାଏକ, ଜିଲ୍ଲା ସଭାପତି ଈଶ୍ୱରୀ ପୁଝାରୀ, ସନ୍ୟାସୀ କୁଣ୍ଡାମାଲ ଗ୍ରାମର ବରିଷ୍ଠ ସମାଜ ସେବୀ ତଥା ମାଝୀ ବଂଶ ପୁଝାରୀ ଉମାକାନ୍ତ ପୁଝାରୀ, ସମ୍ପାଦକ ଦୁର୍ଯ୍ୟୋଧନ ନାଏକ, ସହସମ୍ପାଦକ ବିଷ୍ଣୁ ପ୍ରସାଦ ନାଏକ, ସଂଘଠନ ସମ୍ପାଦକ ଧନୁର୍ଯ୍ୟ ମାଝୀ, ପାନା ବେଡା ଚନ୍ଦାହାଣ୍ଡି ସଂଚାଳକ ପୁରୁଷୋତ୍ତମ ପାରି, କୋଷାଧକ୍ଷ ମଧୁସୂଦନ ନାଗେଶ, ଉପଦେଷ୍ଟା ବଳଭଦ୍ର ବିଷି, ଉପଦେଷ୍ଟା ଗୌର ହରି ନାଏକ, କଳାହାଣ୍ଡି ଜିଲ୍ଲା ଯୁବ ବାହନୀ ସଭାପତି ଭବାନୀ ଶଙ୍କର ବଣିଆ, ଜିଲ୍ଲା ଯୁବ ବାହିନୀ ସମ୍ପାଦକ ଲୋକେଶ ନାଏକ, ଧର୍ମଗଡ ଏନଏସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ରାଜେନ୍ଦ୍ର ଭୋଇ, ବେଣୁ ଧର ନାଏକ, ଭରତ ରଣା, ବିଡୁ ନାଏକ, କାରଗିଲ ବଣିଆ, ଶ୍ରବଣ ପୁଝାରୀ, ଧର୍ମାନନ୍ଦ ନାଏକ୍, ବିଷ୍ଣୁ ନାଏକ, ଦୁଷ୍ମନ୍ତ ବଣିଆ, ପ୍ରମୁଖ ଉପସ୍ଥିତ ରହିଥିଲେ। ପରି ଶେଷରେ ସମସ୍ତେ ମିଶି ସମାଜର ଏକତା ଅଖଣ୍ଡତା ମଙ୍ଗଳ କାମନା କରିଥିଲେ।