ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ଘରୁ ଚୋରି

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ କେସିଙ୍ଗା ବାସଭବନରୁ ଚୋରି ହୋଇଥିବା କେସିଙ୍ଗା ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ କେସିଙ୍ଗା ୱାର୍ଡ ନ ୧୦ ରେ ରହୁଥିବା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁଙ୍କ ନିଜ ଘରୁ ଗତ ବୁଧବାର ରାତିରେ କିଛି ଦୁର୍ବୃତ୍ତ ଘରର ପଛ ପଟେ ଥିବା ଝରକା ଗ୍ରିଲ ଭାଙ୍ଗି ଘରେ ପଶି ଘରେ ଥିବା ଦୁଇ ଟି ଆଲମୀରା ଭାଙ୍ଗି ସୁନା କାନଫୁଲ, କାମର ଝିକା, ଦୁଇଟି ସୁନା ଚେନ, ମଙ୍ଗଳସୂତ୍ର, ଦୁଇଟି ସୁନାମୁଦି, ରୂପାର ଚାରି ଗୋଟି ପାଉଁଜି, ତିନୋଟି ରୂପା ବଳା ଓ ବ୍ରେସଲେଟ ଚୋରି ହୋଇଥିବା ଅଭିଯୋଗରେ ଉଳେକ୍ଷ ଅଛି।  ଅଭିଯୋଗ ଅନୁଯାୟୀ ବୁଧବାର ରାତି ପ୍ରାୟ ୧୧ ଟା ବେଳେ ପରିବାରର ସମସ୍ତେ ଯାହା ରୁମ ସେ ଶୋଇବାକୁ ଯାଇଥିଲେ ଓ ଗୁରୁବାର ଭୋର ୫ ଟାରେ ଉଠିଲା ବେଳକୁ ଘର ଭିତରେ ଥିବା ସମସ୍ତଙ୍କ ଘର ସାମ୍ନା ପଟୁ ବନ୍ଦ ପଡ଼ିଛି ପରେ ତାଙ୍କ ଡ୍ରାଇଭର ଓ ଆଉ ଗୋଟିଏ ପୁଅ ଅନ୍ୟ ଘରେ ଶୋଇ ଥିବାରୁ ତାଙ୍କୁ ଫୋନ୍ କଲାପରେ ସେମାନେ ଆସି ଉପର ପଟୁ ଘର ଭିତରକୁ ଯାଇ ସମସ୍ତଙ୍କୁ ଉଦ୍ଧାର କରି ଥିଲେ ଓ ଜାଣିବାକୁ ପାଇଥିଲେ ଯେ ତାଙ୍କ ଘରୁ ଚୋରି ହୋଇଛି ପରେ ସଙ୍ଗେ ସଙ୍ଗେ ସେ କେସିଙ୍ଗା ଥାନା କୁ ଫୋନ୍ କରିଥିଲେ ପରେ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି ଓ ଭବାନୀପାଟଣା ସାଇନ୍ଟିଫିକ ଟିମ ଆସି ମଧ୍ୟ ତଦନ୍ତ ଆରମ୍ଭ କରିଛି।  ତେବେ ପାଖରେ ଥିବା ଏକ ସିସିଟିଭି ରେ ଜଣେ ଚୋରକୁ ଦେଖିବାକୁ ମିଳୁଛି ମୁହଁ ରେ ଗାମୁଛା ବାନ୍ଦି ଘର ପାଖରେ ବୁଲୁ ଥିବା ସ୍ପଷ୍ଟ ଦେଖାଯାଉଛି। ମୁହଁ ତ ଦେଖାଯାଉନାହିଁ ତଥାପି ପୋଲିସର କେତେ କାମରେ ସେହି ସିସିଟିଭି ଫୁଟେଜ ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ। ସହର ମଧ୍ୟ ଭାଗରୁ ଏମିତି ଅନେକ ଚୋରି ଡକାୟତି ହେଉଥିଲେ ମଧ୍ୟ ପୋଲିସ ଚୋର ମାନକର ଟେର ପାଉନି ରାତି ହେଲେ ଲୋକେ ଭୟଭୀତ ହେଉଛନ୍ତି।