ଅନୁସୂଚିତ ଜାତି ସଂସ୍କୃତି ପରମ୍ପରା ସୁରକ୍ଷା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ

ମ,ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ ( ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ସଦର ପଞ୍ଚାୟତ ତଳସାଗର ପଡ଼ା ସ୍ଥିତ ମାଁ କାଳୀ ମନ୍ଦିର ପରିସରରେ ଅନୁସୂଚିତ ଜାତି ସଂସ୍କୃତି ପରମ୍ପରା ସୁରକ୍ଷା ମଞ୍ଚ ତରଫରୁ ସନ୍ଥ ସମାଜ ର ମିଳିତ ସହଯୋଗରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି। ଏଥିରେ ବାବା ମଧୁସୂଦନ ଦାସ,ବାବା ଭଗବାନ ଦାସ ତଥା କାଳୀ ମନ୍ଦିର ପରିଚାଳକ ପଦ୍ମ ଲୋଚନ ମହାଖୁଡ଼ ଙ୍କ ଉପସ୍ଥିତ ରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଅନୁସୂଚିତ ଜାତିର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ, ମିଥ୍ୟା କଥା, ଅର୍ଦ୍ଧ ସତ୍ୟ କଥା, ଅର୍ଥ ଲୋଭ ଡରାଇ ଧମକାଇ ଆଦି ଉପାୟ ଅବଲମ୍ବନ କରି ଧର୍ମ ପରିବର୍ତ୍ତନ କରାଯାଉଥିବାରୁ ଏହାକୁ ରୋକିବା ଓ ଏହା ବିରୁଦ୍ଧ ରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ। ଏହାଦ୍ବାରା ଅନୁସୂଚୀତ ସମାଜ ର ସଂସ୍କୃତି ପରମ୍ପରା ଦିନକୁ ଦିନ ଲୋପ ପାଇ ଯାଉଛି।ସେମାନଙ୍କୁ ସରକାରଙ୍କ ତରଫରୁ ମିଳିଥିବା ସମସ୍ତ ସୁବିଧା ଆଦି କୁ ଧର୍ମ।ନ୍ତରିତ ହୋଇଥିବା ଲୋକ ମଧ୍ୟ ଉପଭୋଗ କରୁଛନ୍ତି, ତେଣୁ ପ୍ରକୃତ ହିତାଧିକାରୀ ଏହାର ସୁଫଳ ପାଇବାରୁ ବଞ୍ଚିତ ହୋଇଯାଉଛନ୍ତି। ଗୋଟିଏ ସମ୍ପ୍ରଦାୟ ଭିତରେ ଏକତା ନ ରହି ଭାଗ ଭାଗ ହୋଇ ଯାଉଥିବା ମଧ୍ୟ ନଜର କୁ ଆସୁଛି।ଫଳରେ ରାଜ୍ୟ ଓ ଦେଶ କମଜୋର ହେବାର ସମ୍ଭାବନା ଦେଖାଦେଇଛି। ଏନେଇ ବିଭିନ୍ନ ପ୍ରସ୍ତାବ ଆଲୋଚନା ହେଲାପରେ ଅନୁସୂଚିତ ଜାତି ସଂସ୍କୃତି ପରମ୍ପରା ମଞ୍ଚ ର ସଭ୍ୟ ନକୁଳ ସୁନା ବିଭିନ୍ନ ଦାବି ଉପସ୍ଥାପନା କରିଥିଲେ।ଯେଉଁ ମାନେ ଧାର୍ମନ୍ତରିତ ହେଉଛନ୍ତି ସେମାନେ ସରକାର ଙ୍କ ଜ୍ଞାତସାରରେ ହୁଅନ୍ତୁ।ସେହି ପରି ଧର୍ମ।ନ୍ତରୀତ ଲୋକଙ୍କୁ ଜମି କିଣାବିକା କଲାବେଳେ ମଧ୍ୟ ପ୍ରଶାସନ ତଥା ଉପ ଜିଲ୍ଲାପାଳ ଙ୍କ ମଞ୍ଜୁରୀ ରେ କରନ୍ତୁ।ସମ୍ବିଧାନ ର ଧାରା ୨୫ କୁ କୋହଳ କରାଯାଉ ବୋଲି କିଛି ଲୋକ ଓ ଅନୁଷ୍ଠାନ ସୁପ୍ରିମ କୋର୍ଟ ରେ ପିଟିସନ ଦାୟର କରିଛନ୍ତି , ସେହି ପିଟିସନ କୁ କୋର୍ଟ ତଥା ସରକାର ରଦ୍ଦ କରି ଧାରା ୨୫ କୁ କାୟମ ରଖାଯାଉ ବୋଲି ଦାବି କରିଛନ୍ତି। ଏହା ସହିତ ଅନେକ ଲୋକ ଅନୁସୂଚିତ ଜାତି ରୁ ଅନ୍ୟ ଧର୍ମ କୁ ଧର୍ମ।ନ୍ତରିତ ହୋଇ ଥିଲେ ହେଁ ଅନୁସୂଚିତ ସମାଜ ଓ ଅନୁଷ୍ଠାନ ର ବିଭିନ୍ନ ପଦ ପଦବୀ ରେ ରହିଛନ୍ତି ତାଙ୍କୁ ସେଥିରୁ ବାଦ୍ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି।ଶେଷରେ ସଭ୍ୟ ଦିବାକର ବାଗ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।