ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ଝରିଗାଁ ବ୍ଲକ ଚଚା ପଞ୍ଚାୟତର ଚଚା ଡାକ ଶାଖା ପରିସରରେ ଶୁକ୍ରବାର ଡାକ ମେଳା ଅନୁଷ୍ଠିତ ହୋଇଛି । ଚଚା ଶାଖା ଡାକଘର ପରିଚାଳକ ସୈନିକ ଗୌଡ଼ ଓ ଦେବ ହାଁସଦାଙ୍କ ଆୟୋଜିତ ମେଳାରେ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ,ଚଚା ଜୋନ ନଂ ୩ ଜିଲ୍ଲା ପରିଷଦ ସଭ୍ୟା ତ୍ରମିଲା ପୁଜାରୀ,ବରିଷ୍ଠ ଡାକ ମଣ୍ଡଲ ଅଧ୍ୟକ୍ଷ ମନୋଜ କୁମାର ନାୟକ, ଉମରକୋଟ ସବଡିଭିଜନ ଡାକ ନିରୀକ୍ଷକ ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ଇଚ୍ଛାପୁର ପଞ୍ଚାୟତ ସରପଞ୍ଚ ଜଗଦୀଶ ମାଝୀ,ଭାଲୁକନାଡି ପଞ୍ଚାୟତ ସରପଞ୍ଚ ହଳଧର ବଞ୍ଜରା ପ୍ରମୁଖ ଯୋଗଦେଇଥିଲେ । ସରକାର ଗ୍ରାମାଞ୍ଚଳ ଲୋକମାନଙ୍କର ଆର୍ଥିକ ସଞ୍ଚୟ କରିବା ସହିତ ଡାକ ବିଭାଗର ନୂତନ ଆଧାର, ଆଧାର ସଂଶୋଧନ, ମୋବାଇଲ୍ ଲିଙ୍କ, ସୁକନ୍ୟା, ସ୍ଥାୟୀଜମା, ବିଭିନ୍ନ ପ୍ରକାର ଯୋଜନା, ଗ୍ରାମ୍ୟ ପୋଷ୍ଟ ଅଫିସରୁ ବିଭିନ୍ନ ବ୍ୟାଙ୍କରେ ଥିବା ଜମା ଟଙ୍କା ଓ ସରକାରଙ୍କର ବିଭିନ୍ନ ଯୋଜନାର ସହାୟତା ରାଶି ମଧ୍ଯ ପାଇ ପାରିବେ ଲୋକମାନଙ୍କୁ ଗ୍ରାମ୍ୟ ପୋଷ୍ଟ ଅଫିସରେ ପାସ ବହି କିଭଳି ଖୋଲି ପାରିବେ । ଆଗାମୀ ଦିନରେ ଡାକ ବିଭାଗ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବା ସହିତ ବିଭିନ୍ନ ବୀମା ଉପରେ କମ୍ ଟଙ୍କା ପ୍ରିମିୟମ ଦେଇ ଅଧିକ ସୁବିଧା ସୁଯୋଗ ପାଇପାରିବେ ନେଇ ଅତିଥିମାନେ ବିଭିନ୍ନ ସୁବିଧା ଉପରେ ଆଲୋକପାତ କରିଥିଲେ । ଗ୍ରାମାଞ୍ଚଳର ଅନେକ ବୟସ୍କ ବ୍ୟକ୍ତି, ଯୁବ ସମାଜ ଓ ମହିଳା ଯୋଗଦେଇଥିଲେ ଏଥିସହିତ ଡାକ ବିଭାଗର ବିଭିନ୍ନ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶିବାନୀ ଶଙ୍କର ରଥ ଓ ତ୍ରିପତି ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ।

