ଚର୍ଚ୍ଚା ରେ ଯୁବ ନେତା ଭବାନୀ ଶଙ୍କର ବଣିଆ
ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନନ୍ଦ ଗାଁ ଗ୍ରାମ ପଞ୍ଚାୟତ ଅଧୀନ ମଝେନ ପଦର ଗାଁରେ ମହାଲକ୍ଷ୍ମୀଙ୍କ ପୂଜା ମଣ୍ଡପ ନିମନ୍ତେ ଆଜି ଭୂମି ପୂଜନ ହୋଇଛି। ଗ୍ରାମବାସୀଙ୍କ ଉପସ୍ଥିତରେ ଭୂମି ପୂଜନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗ୍ରାମବାସୀଙ୍କ ସହଯୋଗରେ ମଣ୍ଡପ ନିର୍ମାଣ କରିବା ପାଇଁ ସ୍ଥିର ହୋଇଛି। ଗତ କିଛି ଦିନ ତଳେ ମାଝେନ୍ ପଦର ଗ୍ରାମବାସୀ ଯୁବନେତା ଭବାନୀ ଶଙ୍କର ବଣିଆଙ୍କୁ ଅନୁରୋଧ କରିଥିଲେ। ଆଜି ତାଙ୍କ ଉଦ୍ୟମରେ ନିଜ ହାତରୁ ମହାଲକ୍ଷ୍ମୀ ମଣ୍ଡପ ନିର୍ମାଣ କରୁଛନ୍ତି। ଧର୍ମଗଡ ନିର୍ବାଚନ ମଣ୍ଡଳୀର ଜଣେ ଜଣାଶୁଣା ଯୁବ ନେତା ହେଉଛନ୍ତି ଭବାନୀ ଶଙ୍କର ବଣିଆ।

