ଧର୍ମଗଡ଼ ଲହଜଳ ପରିବାରର ବନାବାଡ଼ି ଉତ୍ସବ

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ଯୁଜ୍ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଲହଜଳ ପରିବାରର ବନାବାଡ଼ି ପ୍ରାରମ୍ଭିକ ଉତ୍ସବ ବନ୍ଧୁବାନ୍ଧବ, ପରିବାର ଉପସ୍ଥିତି ରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମାଜର ବିଶିଷ୍ଟ ବ୍ୟକ୍ତି ଟିକଚନ ନାଗ, ସୀମାଞ୍ଚଳ ନାଗ, କୀର୍ତ୍ତନ ନାଏକ, ପ୍ରମୋଦ ହଂସ ପ୍ରମୁଖ ଯୋଗଦେଇ ଯାଦବ ବନାବାଡ଼ି ଉପରେ ମତ ପ୍ରଦାନ କରିଥିଲେ। ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାପତି ଅନିରୁଦ୍ଧ ଲହଜଳ ଓ ତାଙ୍କ ଧର୍ମପତ୍ନୀ ଗୋଲାପୀ ଲହଜଳଙ୍କ ଦ୍ଵାରା ଲହଜଳ ପରିବାରର ବରିଷ୍ଠ ବ୍ୟକ୍ତି ଡମ୍ବରୁଧର ଲହଜଳ, ମାଧବ ଲହଜଳ, ଡାକେଶ୍ଵର ଲହଜଳ, ଚନ୍ଦ୍ର ଲହଜଳ ବିଶେଷଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ବନାବାଡ଼ି ସମର କଲା ତଥା ଭାଇଚାରାର । ତଥା କଲହାଣ୍ଡି ର ଲୋକ କଲା ଓ ଯାଦବ ସଂସ୍କୃତି ର ଅନନ୍ୟ ପରିଚୟ ପ୍ରଦାନ କରିଥାଏ ।”ମୁଖ୍ୟ ଯାଦବ ମାନଙ୍କ ବନାବାଡି କୁ ୧୬ ପ୍ରକାର ବାଡ଼ି ବା ଷୋହଳ ସିଙ୍ଗାର ବାଡ଼ି କୁହାଯାଏ । କଲହାଣ୍ଡିର ଲୋକ କଲା ର ଗୌରବ ଗାଥା ବହନ କରୁଥିବା ଏକ ପାରମ୍ପରିକ ଲୋକନୃତ୍ୟ ହେଉଛି ବନାବାଡି ଏହା କେବଳ କଲହାଣ୍ଡି ରେ ସୀମିତ ହୋଇ ରହିନାହିଁ ଏହା ଆଜି ବିଶ୍ୱ ଦରବାର ରେ ନିଜର ଏକ ଭିନ୍ନ ପରିଚୟ ପାଇ ସରିଛି ଆମ କର୍ତବ୍ୟ ହେଉଛେ ଆଗାମୀ ଦିନ ରେ ଏହା ର ସଂସ୍କୃତି କୁ ବଞ୍ଚାୟ ରଖିବା । ଲହଜଳ ପରିବାର ର ବନାବାଡ଼ି ଉଦ୍ଘାଟନୀ ଉତ୍ସବ ନିଆରା ଢଙ୍ଗରେ ପାଳିତ କରିଥିବାରୁ ଯାଦବ ସମାଜ ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଦେବା ସହ ପ୍ରସଂଶା କରିଛନ୍ତି