ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ଏକତା ଦିବସ ପାଳନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ‘ଜାତୀୟ ଏକତା ଦିବସ -୨୦୨୫’ ପ୍ରଧାନ ଶିକ୍ଷକ ଶ୍ରୀ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି। ଏକତା ହିଁ ଆମ ଭାରତୀୟ ଗଣତାନ୍ତ୍ରିକ ପଦ୍ଧତିର ମୂଳ ମନ୍ତ୍ର ଓ ସାମଗ୍ରିକ ବିକାଶର ବାର୍ତ୍ତାବହ ବୋଲି ଶ୍ରୀବେହେରା ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ହିନ୍ଦି ଶିକ୍ଷକ ଶ୍ରୀ କହ୍ନେଇଲାଲ୍ ସାହୁଙ୍କ ତତ୍ତ୍ବାବଧାନରେ ହିନ୍ଦି କବିତା ପାଠୋତ୍ସବ ଏହି ଅବସରରେ ଆୟୋଜିତ ହେବା ସହ। ବିଭିନ୍ନ ପ୍ରତିଯୋଗିତାର ବିଜୟିନୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଛାତ୍ରୀଦ୍ବୟ ସୋନାକ୍ଷୀ ଠାକୁର ଓ କ୍ଷୀତିଶା ନାଗ ସଂଯୋଜନା କରିଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।