କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ୩୧ ଅକ୍ଟୋବର ୨୦୨୫ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ରେ “ରାଷ୍ଟ୍ରୀୟ ଏକତା ଦିବସ” ପି ଏମ୍ ଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟ, କେସିଙ୍ଗା ରେ ଉତ୍ସାହ ସହିତ ପାଳନ କରାଗଲା। ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶର ଅଖଣ୍ଡତା ଓ ଏକତା ବଜାୟ ରଖିବାକୁ ଶପଥ ପାଠ କରାଗଲା। ଏହି ଅବସରରେ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏବଂ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଗଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା ଦେଶର ପ୍ରଗତି ପାଇଁ ଏକତା କେତେ ଜରୁରୀ ତାହା କହିଥିଲେ। ଶିକ୍ଷକମାନଙ୍କ ଦ୍ୱାରା ଦେଶର ସ୍ଵାଧୀନତା ଓ ଦେଶ ଗଠନ ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭୂମିକା ଆଲୋକପାତ କରା ଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କବିତା ପଠନ ଏବଂ ସର୍ଦ୍ଦାର ପଟେଲଙ୍କ ଫୋଟୋ ଚିତ୍ର ପ୍ରଦର୍ଶନ କରା ଯାଇଥିଲା। ଏନସିସି କେଡେଟ୍ ମାନଙ୍କ ଦ୍ୱାରା ଏକତା ଦିବସ ଉପଲକ୍ଷେ ଚାରା ରୋପଣ କରାଗଲା। ବିଦ୍ୟାଳୟର ଶିକ୍ଷକ ଜପରଞ୍ଜନ ମୁନା ମଞ୍ଚ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ଶିକ୍ଷକ ଶ୍ରୀ ହେମନ୍ତ କୁମାର ବାଗ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

