କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କେନ୍ଦ୍ର ସରକାରଙ୍କ ଠାରୁ ସିଧାସଳଖ ଆସୁଥିବା ପଇସାର କଣ କଣ ଖର୍ଚ୍ଚ ହେଇଛି କି କାମରେ ଲାଗୁଛି କେତେ ଟଙ୍କା ଖର୍ଚ୍ଚ କରାଗଲାଣି ଖର୍ଚ୍ଚ କଲାପରେ ରୋଗୀ କଣ ସୁବିଧା ପାଉଛନ୍ତି ଆଉ କଣ କଣ ସମସ୍ୟା ରହିଛି ଓ କେନ୍ଦ୍ର ରୁ ଆଉ ଫଣ୍ଡ ପଠାଯିବ କି ନାହିଁ ତାହାର ତଦାରଖ କରିବା ପାଇଁ ବୁଧବାର ଦିନ ପ୍ରାୟ ୨ ଘଣ୍ଟା ସମୟରେ କେସିଙ୍ଗା ମେଡିକାଲ କୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଚାରିଜଣ ଅଧିକାରୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ମେଡିକାଲ କୁ ଆସି ପରିଦର୍ଶନ ସହ କେନ୍ଦ୍ରୀୟ ଫଣ୍ଡ ର ସଦୁପଯୋଗ ହୋଇଛି କି ନାହିଁ ତାହାର ତଦାରଖ କରିଥିଲେ। କଣ ତଦାରଖ କଲେ କେସିଙ୍ଗା ମେଡିକାଲ କୁ ଗୁଡ କହିଲେ ନା ଭେରୀ ଗୁଡ କହିଲେ ତାହା ଆମ ପାଖରେ ଖବର ନାହିଁ।ବାକି କେନ୍ଦ୍ରୀୟ ଟିମ ଆସିବେ ବୋଲି ୧୦ ଦିନ ଆଗରୁ କେସିଙ୍ଗା ମେଡିକାଲ ରେ ପ୍ରସ୍ତୁତି ପର୍ବ ଚାଲିଥିଲା। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଟିମ ପ୍ରତି ୭ ରୁ ୮ ବର୍ଷ ରେ ଥରେ ଆସନ୍ତି ଓ ତଦାରଖ କରି ଯାଇଥାନ୍ତି।ଚଳିତ ବର୍ଷ ଓଡ଼ିଶାର ବରଗଡ଼ ଜିଳ୍ଲା ଓ କଳାହାଣ୍ଡି ଜିଲ୍ଲାକୁ ଆସିଥିବା ଜଣାପଡ଼ିଛି। ଏହି ଟିମ ରେ କେନ୍ଦ୍ର ରୁ ଡାକ୍ତର ତମନ୍ନା ଶର୍ମା, ଡାକ୍ତର ବିଦ୍ୟା ଭୂଷଣ ତ୍ରିପାଠୀ, ଡାକ୍ତର ସମ୍ବିତ ପ୍ରଧାନ ଓ ଡାକ୍ତର ଅର୍ପିତ ସିଂ ଉପସ୍ଥିତ ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତର ଅର୍ଘ୍ୟ ପ୍ରଧାନ,ଡାକ୍ତର ଅବନୀ ମହାନ୍ତି ଓ ଡାକ୍ତର ସ୍ୱରୂପ ଦାସ ଉପସ୍ଥିତ ଥିଲେ ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁବାସ ଚନ୍ଦ୍ର ମିଶ୍ର,ରଶ୍ମି ରଞ୍ଜନ ମିଶ୍ର ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ମେଡିକାଲ ର ଅଧ୍ୟକ୍ଷା ପ୍ରୟାଗ ପ୍ରତିଶ୍ରୁତି ମାଝୀ, ଡ଼ ଆଶିଷ ଶତପଥୀ, ଡ ଲଳିତ ଅଗ୍ରୱାଲ, ଡ ବିନୟ ଦାସ, ଡ. ରବୀନ୍ଦ୍ର ନାଥ ଖଟୁଆ,ବିଶ୍ଵ ଭୂଷଣ ପ୍ରଧାନୀ,ଗୋପାଳ କୃଷ୍ଣ ପାଣିଗ୍ରାହୀ, ଜାହରଲାଲ ମହାନନ୍ଦ,ମଧୁସ୍ମିତା ମହାନ୍ତି,ମମତା ପଡ଼ିହାରି, ରାଜକୁମାର ଭୋଇ, ସରିତା ଶର୍ମା,ବିଭୁ ଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

