୮୫ ଲକ୍ଷ୍ୟ ଟଙ୍କା ନକଲି ଅଳଙ୍କାର ରଖି ଠକେଇ ; ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲିଗୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବାଲିଗୁଡା ୟୁକୋ ବ୍ୟାଙ୍କରୁ ନକଲି ଅଳଙ୍କାର ରଖି ୮୫ଲକ୍ଷ ୮୬ ହଜାଇ ଟଜ୍ଞା ରଣ ଉଠାଇ ନେଇଥିବା ଘଟଣାର ଆଜି ପୋଲିସ ମୁଖ୍ୟ ଅଦ୍ଭୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରମେନ୍ଦ୍ର ପ୍ରସାଦ ନିଜ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ ଅଭିଯୁକ୍ତ ପି ସତ୍ୟରାମ ଆଚାରୀକ ଏକ ସୁନା ଅଳଙ୍କାର ଦୋକାନ ବାଲିଗୁଡାରେ ଥିଲା ଓ ସେ ବାଲିଗୁଡା ୟୁକୋ ବ୍ୟାଜ୍ଞରେ ଗତ କିଛି ବର୍ଷ ଧରି ସୁନାର ମାନ ଯାଞ୍ଚକାରୀ ଭାବରେ ଦାୟୀତ୍ଵ ଦୁଲାଇ ଆସୁଥିଲେ। ଏହାର ସୁଯୋଗ ନେଇ ଚତୁରତାର ସହ ନିଜର ସୁନା ଦୋକାନରେ କାମ କରୁଥିବା ତିନି କର୍ମଚାରୀ ନାମରେ ୧୪ ଗୋଟି ନକଲି ସୁନା ଅଳଙ୍କାର ବନ୍ଧକ ରଖି ୮୫ ଲକ୍ଷ ୮୬ ହଜାର ଟଙ୍କା ଋଣ ନେଇଥିଲେ। କର୍ମଚାରୀ ମାନଙ୍କ ଠାରୁ ଚତୁରା ସହ ରଣ ଟଙ୍କା ତାଙ୍କ ବ୍ୟାଙ୍କ ଖାତାରୁ ଉଠାଇ ନେଇଯାଉଥିଲା । ଯାହାକି କର୍ମଚାରୀ ମାନେ ଜାଣିପାରୁ ନଥିଲେ। ଏହାକୁ ନେଇ ଗତ ମେ ମାସ ୨୧ତାରିଖ ଦିନ ବାଲିଗୁଡା ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ମାନସ ରଂଜନ ନାୟକ ବ୍ୟାଙ୍କ ରେ ନକଲି ସୁନା ଅଳଙ୍କାର ରଖି ରଣ ନେଇଥିବା ନେଇ ଏତଲା ଦେଇଥିଲେ। କେଶ ନମ୍ବର ୧୬୨ରେ ମାମଲା ରୁଜୁଜରି ଏହାକୁ ନେଇ ତଦନ୍ତ କରୁଥିଲେ। ଏହା ପର ଠାରୁ ଅଭିଯୁକ୍ତ ଆଚାରୀ ଫେରାର ଥିଲା।  ସେ ବ୍ରହ୍ମପୁରରେ ଥିବା ଖବର ପାଇ ପୋଲିସ ବଢାଉ କରି ଧରିବାରେ ସଫଳ ହୋଇଛି। ଅଭିଯୁକ୍ତର ବ୍ୟାଙ୍କ ପାସବୁକ ଜବତ କରାଯାଇଛି ସେଥିରେ ଟଙ୍କା ନାହିଁ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ବାଲିଗୁଡାର କିଛି ବ୍ୟକ୍ତି ମାନଙ୍କ ଠାରୁ ମଧ୍ୟ ଏହି ଅଭିଯୁକ୍ତ ଲକ୍ଷାଧିକଟଜ୍ଞା ଧାର ନେଇଛିବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ସୁନାରୁଣ ନେବାର ଋଣ ଅବଧି ଶେଷ ହେବା ପରେ ବ୍ୟାଙ୍କ ପକ୍ଷରୁ ୨୦୨୪ ମସିହା ଜୁଲାୟୀ ମାସରେ ଘଟଣାର ଖୋଲତାଡ କରିଥିଲେ। ରଣନେଇଥିବା କର୍ମଚାରୀ ମାନେ ଏତେ ଟଙ୍କା ସୁଝିବାକୁ ଅସମର୍ଥ ହେବା ପରେ ସେମାନେ ଜଣାଇବାପରେ ସେମାନେ ବ୍ୟାଙ୍କରେ ରଖିଥିବା ସୁନାର ମାନ ଅନ୍ୟ ଜଣେ ସୁନାରି ଦ୍ଵାରା ଯାଚ କରାଇଥିଲେ। ଯାଚରେ ବନ୍ଧକ ସୁନା ଅଳଙ୍କାର ନକଲି ବୋଲି ଜଣାପଡିଥିଲା । ୨୦୨୪ ମସିହା ସେପ୍ଟେମ୍ବର ମାସରେ ଫୁଲବାଣି ଯୁକୋବ୍ୟାଙ୍କ ର ସହକାରୀ ପରିଚାଳକ ଓ ଭଞ୍ଜନଗର ଜଣେ ସୁନାରି ବାଲିଗୁଡା ୟୁକୋ ବ୍ୟାଙ୍କରେ ପହଁଚି ପୂର୍ନବାର ସୁନାର ମାନ ଯାଚ କରିଥିଲେ। ତାହା ନକଲି ସ୍ପଷ୍ଟ ହେବା ପରେ ବାଲିଗୁଡା ୟୁକୋ ବ୍ୟାଜ୍ଞ ମ୍ୟାନେଜର ଜୋନାଲ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ। ଜୋନାଲ କାର୍ଯ୍ୟାଳୟର ନିର୍ଦ୍ଦେଶ ପ୍ରଜାରେ ବାଲିଗୁଡା ଶାଖା ପରିଚାଳକ ଥାନାରେ ଏତଲା ଦେଇଥିଲେ। ଏଭଳି ଦୁର୍ନିତି ପକ୍ଷରେ ବ୍ୟାଙ୍କର କିଛି କର୍ମଚାରୀ ହାତଥିବା ଅନୁମାନ କରାଯାଉଛି ।