କେସିଙ୍ଗାରେ ଓଜେୟୁ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : ଓଡ଼ିଶାର ସର୍ବ ପୁରାତନ ସାମ୍ବାଦିକ ସଂଘ ମଧ୍ୟରୁ ଗୋଟିଏ ଓଡ଼ିଶା ଜର୍ନାଲିଷ୍ଟ ୟୁନିୟନ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କେସିଙ୍ଗା ପରିସରରେ ସଂଘର ଜିଲ୍ଲା ସଭାପତି ନୀରୋଜ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ସମ୍ମାନିତ ଅତିଥି ଭାବରେ କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀ ଓ ମୁଖ୍ୟ ବକ୍ତା ଭାବରେ କେସିଙ୍ଗା ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ବି ଚନ୍ଦ୍ରଶେଖର ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଵାସ୍ଥ୍ୟ କ୍ଷେତ୍ର ରେ ନିଜର ଅବଦାନ ପାଇଁ କେସିଙ୍ଗାର ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଲଳିତ କୁମାର ଅଗ୍ରୱାଲ ଙ୍କୁ ଓ ସାମ୍ବାଦିକ କ୍ଷେତ୍ରରେ ପଲମ୍ ର ବରିଷ୍ଠ ସାମ୍ବାଦିକ ଭିକାରୀ ଭୋଇ ଙ୍କୁ ୟୁନିୟନ୍ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଅତିଥି ମାନେ ନିଜ ଅଭିଭାଷଣରେ ସାମ୍ବାଦିକ ର ଧର୍ମ ଓ ସଠିକ ଖବର ପ୍ରସାରଣ ଉପରେ ଗୁତ୍ୱରାପ କରି ଠିକ୍ ଖବର ଓ ନିରପେକ୍ଷ ଖବର ପ୍ରସାରଣ ପାଇଁ ସାମ୍ବାଦିକ ମାନଙ୍କୁ ଅନୁରୋଧ କରିଥିଲେ। ଶେଷରେ ୟୁନିୟନ୍ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସଂପାଦକ ତୁମେଶ୍ୱର୍ ସାହୁ,ସଂଘର ଉପସଭାପତି ମଧୁ ସିନ୍ଦୂର ଙ୍କ ସମେତ ସଂଘର ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ।