୬୨ ଲିଟର ବିଦେଶୀ ମଦ ଜବତ ଦୁଇ ଗିରଫ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଦିନକୁ ଦିନ ଚୋରା ମଦ କାରବାର କୁଟୀର ଶିଳ୍ପ ରେ ପରିଣତ ହେଉଥିବା ବେଳେ ଯିଏ ଧରାପଡୁଛି ସିଏ ଚୋରା ଚାଲାଣକାରୀ ଓ ଯିଏ ଧାରା ନ ପଡୁଛି ସିଏ ଖିଲାଡ଼ି ।ଗତ କାଲି ସେମିତି କେସିଙ୍ଗା ପୋଲିସ ହାତରେ ପଡିଛନ୍ତି ଦୁଇ ଅଣ ଓଡ଼ିଆ ବିଦେଶୀ ମଦ ଚୋରା ଚାଲାଣ କାରୀ।କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ କେସିଙ୍ଗା ଥାନା ବୋରିଆ ଠାରେ ଦୁଇ ଜଣ ମଟର ସାଇକଲ ଚାଳକକୁ ଅଟକାଇ ତଲାସୀ କରିବା ପରେ ତାଙ୍କ ଠାରୁ ପ୍ରାୟ ୬୨.୨୨ ଲିଟର ଚୋରା ମଦ ଜବତ ହୋଇଛି। କୋର୍ଟ ଚାଲାଣ ହୋଇଥିବା ଦୁଇ ଅଭିଯୁକ୍ତ ମାନେ ହେଲେ ରାଜୀବ କୁମାର ସିଂ(୩୦) ଓ କମଲେଶ ରଏ (୪୭) ଉଭୟେ ବିହାର ରାଜ୍ୟର ବୋଲି ପୋଲିସ ପ୍ରକାଶ କରିଛି।ଶୁଣିବାକୁ ମିଳୁଛି ଯେ ଏହି ବିଦେଶୀ ମଦ କେସିଙ୍ଗା ର କୌଣସି ବିଦେଶୀ ମଦ ଦୋକାନ ରୁ ଗ୍ରାମାଞ୍ଚଳ କୁ ଚାଲାଣ ହେଉଥିଲା।ପୋଲିସ ମଦ ସହିତ ଏକ ମଟର ସାଇକଲ ଜବତ କରି ତଦନ୍ତ ଆରମ୍ଭ କରିଛି।ଦୁଇ ଜଣ ଚୋରା ଚାଲାଣ କାରୀ ଙ୍କୁ କେସିଙ୍ଗା ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି।