- ୧୨ ଦିନ ପରେ ମଧ୍ୟ ସରକାର ସାଜିଛି ନିଦାବିଷ୍ଣୁ
- ଆନ୍ଦୋଳନ ସ୍ଥଳକୁ ଆସିଲେ ବିଜେଡି ନର୍ଲା ବିଧାୟକ ମନୋରମା ମହାନ୍ତି
- ସରକାର ନ ଶୁଣିଲା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ – ନାଗରିକ ମଞ୍ଚ
କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କେସିଙ୍ଗା ସଚେତନ ନାଗରିକ ମଞ୍ଚ ର ୧୦ ଦଫା ଦାବୀ ସମ୍ବଳିତ ୧୮ ଜୁନ ରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଇତି ମଧ୍ୟରେ ୧୨ ତମ ଦିନରେ ପହଂଚିଛି। ଇତି ମଧ୍ୟରେ ସଦର ବିଧାୟକ ଙ୍କୁ ଆରମ୍ଭ କରି ପୂର୍ବତନ ବିଧାୟକ ଭୂପେନ୍ଦ୍ର ସିଂ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳ କୁ ଆସି କେସିଙ୍ଗା ବିକାଶ ପାଇଁ ନିଜର ସମର୍ଥନ ଦେଇ ସାରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଆସି ନାହାନ୍ତି ଲୋକସଭା ସାଂସଦ କିମ୍ବା ରାଜ୍ୟସଭା ସାଂସଦ।ଅନ୍ୟ ପଟେ ଜିଲ୍ଲା ମୁଖିଆ ଜିଲ୍ଲାପାଳ ଆସିନଥିଲେ ମଧ୍ୟ ଦୁଇ ଥର ନିଜର ଅନୁଗତ ଅଧିକାରୀ ମାନଙ୍କୁ ଆନ୍ଦୋଳନ ସ୍ଥଳ କୁ ପଠାଇ ଅନଶନ ଭଙ୍ଗ କରିବା ପାଇଁ ଅନୁରୋଧ ଓ ପ୍ରାୟାସ କରିଥିଲେ ହେଲେ ଆନ୍ଦୋଳନକାରୀ ଙ୍କୁ ଜିଲ୍ଲାପାଳ ଙ୍କ ଅନୁଗତ ଅଧିକାରୀ ମାନେ ଶତ ପ୍ରତିଶତ ପ୍ରତିଶ୍ରୁତି ଦେଇ ପାରିଲେ ନାହିଁ ବୋଲି ଆନ୍ଦୋଳନ ଜାରି ରହିଛି। ରବିବାର ଦିନ ବିଜେଡି ନର୍ଲା ବିଧାୟକ ମନୋରମା ମହାନ୍ତି ଆନ୍ଦୋଳନ ସ୍ଥଳ କୁ ପହଞ୍ଚି ଅନଶନ କାରୀ ଙ୍କ ସହିତ ଦାବୀ ଗୁଡ଼ିକ ଉପରେ ବିସ୍ତୃତ ଭାବରେ ଆଲୋଚନା କରି ନିଜର ସମର୍ଥନ ଜଣାଇ ତାଙ୍କ ଦ୍ଵାରା ଯାହାବି ସମସ୍ୟାର ସମାଧାନ ହେବ ତାହା କରିବା ପାଇଁ ଘୋଷଣା କରି ଆନ୍ଦୋଳନକାରୀଙ୍କ ମନୋବଳ ବଢ଼ାଇଥିଲେ। ଅନ୍ୟପଟେ ଦିନକୁ ଦିନ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ସମର୍ଥନ କରି ଅନଶନ ରେ ବସିବା ଦେଖିବାକୁ ମିଳୁଛି ୧୧ ତମ ଦିନରେ କେସିଙ୍ଗା ଆଦିସ୍କନ୍ଧ ସମାଜ ଅନଶନରେ ବସିଥିଲେ।ପ୍ରତିଦିନ ଗଣମାଧ୍ୟମ ଜରିଆରେ ସରକାର ଙ୍କୁ ଅବଗତ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ସାଜିଛି ନିଦାବିଷ୍ଣୁ।ଦେଖିବାକୁ ରହିଲା କେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ବଳବତ୍ତର ରହିବ ଓ କେତେଦିନ ପରେ ସରକାର ଙ୍କ ନିଦ ଭାଙ୍ଗିବ।