ଅମ୍ଳାଭୋଟା ଗ୍ରାମ ପଞ୍ଚାୟତ ଗସ୍ତ କଲେ ବିଧାୟକ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ବିଧାୟକ ଗୌର ଶଙ୍କର ମାଝୀ ତେନ୍ତୁଳଖୁଣ୍ଟି ବ୍ଳକ ଅମ୍ଳାଭୋଟା ଗ୍ରାମ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦିୟା ଯାଉଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଚାଉଳ ବିତରଣ ବେଳେ ପହଂଚି ହିତାଧିକାରୀଙ୍କୁ ଠିକରେ ମିଳୁଛି କି ନାହିଁ ଏବଂ ଓଜନ ଅନୁସାରେ ସମସ୍ତେ ଠିକ ଭାବେ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦିୟା ଯାଉଥିବା ସାମଗ୍ରୀ ଠିକଭାବେ ଦେବା ସହ ବର୍ଷା ଯୋଗୁଁ ହିତାଧିକାରୀ ଆସୁବିଧାର ସମୁଖିନ ହେଉଥିବାରୁ ପାଲ ଟାଣିବାର ବ୍ୟବସ୍ଥା କରିବାକୁ ଯୋଗାଣ ସହାୟକଙ୍କୁ ନିର୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ବ୍ଳକ ଅଧ୍ୟକ୍ଷ। ନିଳେନ୍ଦ୍ରୀ ନାୟକ, ଜିଲ୍ଲା ପରିଷଦ ସଭ୍ୟ କ୍ରିଷ୍ଣା ମଞ୍ଜୁରୀ ବିଷୋୟୀ, ମଣ୍ଡଳ ସଭାପତି ଅଭିମନ୍ୟୁ ହରିଜନ,ସ୍ତାନୀୟ ସରପଞ୍ଚ, ସମିତି ସଭ୍ୟ ଏବଂ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।