ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ଲ୍ୟାମ୍ପସରେ ଆନ୍ତର୍ଜାତୀୟ ସମବାୟ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ତଥା ଲ୍ୟାମ୍ପସ ଡାଇରେକ୍ଟର ସୁଶାନ୍ତ କୁମାର ବେହେରା, ଲ୍ୟାମ୍ପସ ସଭାପତି ସଦାଶିବ ନାୟକ, ଶାଖା ପରିଚାଳକ ପ୍ରଶାନ୍ତ କୁମାର ଦାଶ, ଏମଡି ଇସମାଇଲ ସୋନଫୁଲ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ରଣ ମେଳା ଓ ନୂତନ ସଭ୍ୟ ଗ୍ରହଣ କରାଯାଇଥିଲା। ଚାଷି ମାନେ ଗୋଟିଏ ସ୍ଥାନରୁ ସହଜରେ ରଣ ସହ ବିହନ ନେଇ ପାରିବେ। ଠିକ ସମୟରେ ରଣ ପରିଷଧ କଲେ ରଣର ସୁଧ ଛାଡ଼ ହେବା ନେଇ ଅତିଥି ମାନେ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ୨୪ ଜଣ ନୂତନ ଚାଷିଙ୍କୁ ରଣ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଞ୍ଚଳର ଚାଷି ମାନେ ଉପସ୍ଥିତ ଥିଲେ।