ଧର୍ମଗଡ ସାହାରା କମ୍ପାନୀରୁ ପୁଅ ନିଖୋଜ, ଥାନାରେ ଏତଲା ଦେଲେ ଘରଲୋକେ

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ସାହାରା କମ୍ପାନୀରେ କାର୍ଯ୍ୟରତ ଘନଶ୍ୟାମ ମାଝୀ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବାପା ପ୍ରସାଦ ମାଝୀ ଧର୍ମଗଡ ଥାନାରେ ଏତଲା ଦେଇଛନ୍ତି। ଉଲ୍ଲେଖ ଥାଉ କି କଳମପୁର ଥାନା ବଲାଗାଁର ପ୍ରସାଦ ମାଝୀଙ୍କ ପୁଅ ଘନଶ୍ୟାମ ମାଝୀ ଧର୍ମଗଡ ସାହାରା କମ୍ପାନୀରେ ଦୀର୍ଘ ଦିନରୁ କାର୍ଯ୍ୟରତ ଥିବାବେଳେ ଗତ ଜୁନ ୨୪ ତାରିଖ ଦିନ କମ୍ପାନୀର ଦୁଇଜଣ କର୍ମଚାରୀ ବଲାଗାଁ କୁ ଯାଇ ପରିବାର ବର୍ଗ ଙ୍କୁ ଆପଣଙ୍କ ପୁଅ ଘନଶ୍ୟାମ ମାଝୀ ଘରକୁ ଆସିଛି କି ବୋଲି ପଚାରି ଥିଲେ। ପରିବାର ଲୋକେ ଘରକୁ ଆସିନି ବୋଲି କହିବାରୁ ଆପଣଙ୍କ ପୁଅ ଗତ ଜୁନ ୨୦ ତାରିଖ ଶୁକ୍ରବାର ଦିନ ପୋଲିସ ହୋମଗାର୍ଡ ଇଣ୍ଟରଭିୟୁ ଦେବାକୁ ଯାଉଛି କହି ଆଉ ଫେରି ନାହାନ୍ତି ବୋଲି କମ୍ପାନୀ ରୁ ଆସିଥିବା ଦୁଇ ଜଣ କର୍ମଚାରୀ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ନ ପାଇବାରୁ ଗତ ୨୬ ତାରିଖରେ ଧର୍ମଗଡ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବା ବେଳେ ବୁଧବାର ଦିନ  ଆଦିବାସୀ ସଙ୍ଘ ତରଫରୁ ଦକ୍ଷିଣ ଓଡିଶା ଆଦିବାସି ମହାସଂଘ ସଭାପତି ଗଙ୍ଗାଧର ମାଝୀ, ଜିଲ୍ଲା ଆଦିବାସୀ ସଙ୍ଘ ସଭାପତି ପ୍ରକାଶ ମାଝୀ, ଜୟପାଟଣା ଆଦିବାସୀ ସଙ୍ଘ ସଭାପତି ମନୋଜ ପାତ୍ର, ଜୁନାଗଡ଼ ବ୍ଲକ ସଭାପତି ହୃଦାନନ୍ଦ ମାଝୀ, ଧର୍ମଗଡ ବ୍ଲକ ଆଦିବାସୀ ସଙ୍ଘ କୋଷାଧକ୍ଷ ଶ୍ୟାମ ସୁନ୍ଦର ମାଝୀ, ସମ୍ପାଦକ ଗୋବର୍ଦ୍ଧନ ଶବର, ଉପସଭାପତି ବନମାଳୀ ଭୋଇ, ରୁକୁରାମ ଶବର, ପୁରୁଷୋତ୍ତମ ମାଝୀ, ପ୍ରସାଦ ମାଝୀ ଧର୍ମଗଡ ଥାନାର ଦ୍ୱାରସ୍ତ ହୋଇ ଥାନା ଅଧିକାରୀ ଙ୍କୁ ସାକ୍ଷାତ କରି ନିଖୋଜ ଯୁବକ ସମ୍ପର୍କ ରେ ଆଲୋଚନା କରିଥିଲେ।