ସିନାପାଲିରେ ୭୬ ତମ ବନମହୋତ୍ସବ ଓ ସାମୁହିକ ବୃକ୍ଷ ରୋପଣ

ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଶୁଭ୍ରାଂଶୁ ନାଏକ) : ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ ପ୍ରତିବର୍ଷ ଜୁଲାଇ ପହିଲା ରୁ ଏକ ସପ୍ତାହ ବ୍ୟାପି ବନ ମହୋତ୍ସବ ପାଳନ କରି ଆସୁଛି। ଚଳିତ ବର୍ଷ ମଧ୍ୟ ୭୬ ତମ ବନ ମହୋତ୍ସବ ପାଳନ କରାଯାଉଛି। ହେଲେ ଏହା ବନ ମହୋତ୍ସବ ନୁହେଁ ବରଂ ମାନବ ସମାଜ ପାଇଁ ଦୀର୍ଘ ଜିବୀ ହେବାର ମହୋତ୍ସବ ହେବା ଜରୁରୀ ବୋଲି କହିବା ସହ ଯେଭଳି ଭାବରେ ଜଙ୍ଗଲ ଧ୍ଵଂସ ହେଉଛି ଭବିଷ୍ୟତ ପିଢ଼ି ପାଇଁ ବିପଦ ରହିଛି। ତେଣୁ ଏବେଠାରୁ ଜଙ୍ଗଲ ସୁରକ୍ଷା, ନୂତନ ବନୀକରଣ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସାଙ୍ଗକୁ ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ସିନାପାଲି ରେଞ୍ଜ ଅଧୀନ ମୁଣ୍ଡାପଲା ଗ୍ରାମଠାରେ ଆୟୋଜିତ ବନ ମହୋତ୍ସବ ଓ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅତିଥି ମାନେ ମତ ପୋଷଣ କରିଥିଲେ। ଏହି ଅବସର ରେ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହି, ବିଶିଷ୍ଟ ଅତିଥି ଖଡିଆଳ ବନଖଣ୍ଡ ଅଧିକାରୀ ମହମ୍ମଦ ଅଜିଜ ଖାନ, ଏସିଏଫ ପ୍ରସନ୍ନଜିତ ନାୟକ,ନୂଆପଡ଼ା ଜିଲ୍ଲା ପୁର୍ବତନ ବିଜେପି ସଭାପତି ଶିବ ପ୍ରସାଦ ମୁଣ୍ଡ, ସ୍ଥାନୀୟ ସରପଞ୍ଚ କୌଶଲ୍ୟା ମେହେର, ସମାଜ ସେବୀ ତ୍ରିନାଥ ମେହେର, ଗୋପାଳ ଭୋଇ, ଗଣ୍ଡାବାହଲି ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଜଗନ୍ନାଥ ସେଠି, ବିଜ୍ଞାନ ଶିକ୍ଷକ କୈଳାସ ଚନ୍ଦ୍ର ଦାସ, ସିନାପାଲି ରେଞ୍ଜର କାମେଶ୍ୱର ତାଣ୍ଡି ପ୍ରମୁଖ ମଞ୍ଚାସିନ ରହି ବନ ମହୋତ୍ସବ ପାଳନ ର ଉଦ୍ଦେଶ୍ୟ ଓ ବୃକ୍ଷ ରୋପଣ ର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ପରେ ବନ ମହୋତ୍ସବ ଅବସର ରେ ଆୟୋଜିତ କୁଇଜ, ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପରେ ସ୍ଥାନୀୟ ମୁଣ୍ଡାପଲା ଗ୍ରାମର କାନ୍ଦୁଲ ଡଙ୍ଗରୀ ପାହାଡରେ ସାମୁହିକ ବୃକ୍ଷ ରୋପଣ କରଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନାୟକ, ରଞ୍ଜନ ସାହୁ, ମେଘନାଦ ମାଝି, କନ୍ଦର୍ପ ସୁନାନୀ, ଚୁଡ଼ାନାଥ ସରାଫ, ରମା ରଞ୍ଜନ ରାଉତ, ଫରେଷ୍ଟ ଗାର୍ଡ ମନୋଜ ବାଗ, ସଂଗ୍ରାମ ପ୍ରଧାନ, ଶରତ ସିଂ ବାରିକ, ରୁକ୍ମଣ ମାଝି, ହେମନ୍ତ ସୁନା, ଚିନ୍ମୟୀ ପାତ୍ର, ଖୁଲେଶ୍ଵରି ମାଝି, ସ୍ୱାଗତିକା ଦାସ ସମେତ ବିଦ୍ୟାଳୟର ଛାତ୍ର ଛାତ୍ରୀ,ଅଭିଭାବକ ଜଙ୍ଗଲ ସୁରକ୍ଷା କମିଟି ସଦସ୍ୟ ଗ୍ରାମର ଜନସାଧାରଣ ସାମିଲ ରହିଥିଲେ।