ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଢଗ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ବାଗବାହିଲି ଗ୍ରାମରେ ଅର୍ଥ ଆଦାୟକୁ ନେଇ ହୋଇଥିବା ଏକ ମାରଣାନ୍ତକ ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାଗବାହାଳୀ ଗ୍ରାମର ଶତ୍ରୁଘ୍ନ ହଂସ ସେହି ଗ୍ରାମର ଚନ୍ଦ୍ରଧ୍ୱଜ ହଂସଙ୍କ ଘରେ କିଛି ଦିନ ତଳେ ଟେଣ୍ଟ ସାମଗ୍ରୀ ଲଗେଇଥିବାବେଳେ ତହିଁର ମୂଲ୍ୟ ବାବଦକୁ ପଇସା ପାଇଁ ତାଙ୍କ ନିକଟକୁ ଯାଇଥିଲେ। ତେବେ ସେଠାରେ ଦେବାନନ୍ଦ ହଂସ ଓରଫ ଠାକୁର ହଂସ ଓ ତାଙ୍କ ବାପା ଚନ୍ଦ୍ରଧ୍ୱଜ ହଂସ ଦୁହେଁ ମିଶି ଶତ୍ରୁଘନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଧର୍ମଗଡ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଧର୍ମଗଡ ଥାନାରେ ଏକ ମାମଲା ରୁଜୁ କରି ଆଜି ଦେବାନନ୍ଦ ହଂସ ଓ ଚନ୍ଦ୍ରଧ୍ୱଜ ହଂସକୁ କୋର୍ଟ ଚାଲାଣ କରିଛନ୍ତି। ପ୍ରକାଶ ଥାଉ କି ଆକ୍ରମଣରେ ଗୁରୁତର ଆହତ ଶତ୍ରୁଘନ ହଂସକୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟ ଓ ପରେ ବୁର୍ଲା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

