କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ( ମଧୁସୂଦନ ଠାକୁର):ସୋମବାର ଦିନ ସ୍ୱର୍ଗତ ଶତ୍ରୁଘ୍ନ ହରିଜନଙ୍କ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଠେମରା ସ୍ଥିତ ବାସ ଭବନକୁ ଯାଇ କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘ ତଥା ଶିକ୍ଷକ ସମାଜ ତରଫରୁ ୨୪୫୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଗଲା ।ଏହି ଅବସରରେ କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ସୁରେନ୍ଦ୍ର କୁମାର ଦୋରା ସଂଘର ସାଧାରଣ ସମ୍ପାଦକ ତପନ କୁମାର ଦାଶ , ଯୁଗ୍ମ ସମ୍ପାଦକ ଆଶୁତୋଷ ଭୋଇ ।ଯୁଜୁରାଙ୍ଗ ସି ଆର ସି ସି ପ୍ରମୋଦ କୁମାର ମେହେର, କେସିଙ୍ଗା ନୋଡାଲ ସି ଆର ସି ସି ଚନ୍ଦ୍ରଧ୍ୱଜ ନାଗ , ଫଟକାମାଲ ସି ଆର ସି ସି ଗିରିଧାରୀ ମାଝୀ, କିକିଆ ସି ଆର ସି ସି ଡୋଲାମଣୀ ମାଝୀ ,ସହ ଶିକ୍ଷକ ନବୀନ ବିଭାର ଇତ୍ୟାଦି ସଂଘର କର୍ମକର୍ତ୍ତା ଓ ଶିକ୍ଷକ ଗଣ ଉପସ୍ଥିତି ଥିଲେ ।ସୂଚନା ଥାଉକି ଗତ ତା ୨୮/୬ ରିଖ ଦିନ ସ୍ଵର୍ଗତ ଶତ୍ରୁଘ୍ନ ହରିଜନ ହୃଦଘାତରେ ଇହଧାମ ତ୍ୟାଗ କରିଥିଲେ ।ସେ ଯୁଜୁରାଂ କ୍ଲଷ୍ଟର ଅଧୀନସ୍ଥ କାଦୋପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ।କେସିଙ୍ଗା ପ୍ରାଥମିକ ଶିକ୍ଷକ ସମାଜ ପାଖରୁ ଏହିପରି ମହାନ୍ କାର୍ଯ୍ୟକୁ ସମସ୍ତେ ଭୂତି ଭୂରି ପ୍ରଶଂସା କରିଥିଲେ ।
