ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ବ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ୭ତାରିଖ ଠାରୁ ୧୦ ତାରିଖ ପର୍ଯନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି । ଏନେଇ ୯୩୮ ଜଣ ରୋଗୀ ଚିକିତ୍ସା ପାଇଁ ନାମ ପଞ୍ଜି କରଣ କରିଛିନ୍ତି। ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଓଡ଼ିଶାର ବିଭିନ୍ନ ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ସେବା ଯୋଗାଇ ଦିଆଯାଇଛି। ଯାହାକୁ ନେଇ ରୋଗୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଦୀର୍ଘ ଦେଢ଼ ବର୍ଷର ବ୍ୟବଧାନ ପରେ ପୁଣି ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସେବା । ଏହି ଶିବିରରେ ମୂତ୍ରନଳିଜନିତ ରୋଗ (ୟୁରୋଲୋଜି), କିଡନୀ ଜନିତ ରୋଗ, ହୃଦରୋଗ, ପେଟ ଜନିତ ଜଟିଳ ରୋଗ, ଥାଏରୋଇଡ଼, ମଧୁମେହ, ଗଳଗଣ୍ଡ, ଜଟିଳ ଅନ୍ତନଳୀ ରୋଗ, ସ୍ନାୟୁ ଜନିତ ରୋଗର ଆଦିର ଚିକିତ୍ସା କରାଯାଉଥିବା ବେଳେ ଓଡିଶାର ବିଭିନ୍ନ ବଡ଼ବଡ଼ ମେଡିକାଲର ସୁପର ସ୍ପେସିଆଲିଷ୍ଟ ଡକ୍ଟର ଆସି ଚିକିତ୍ସା ସେବା ଯୋଗାଉଛନ୍ତି । ସିଟି ସ୍କାନ, ଆଲଟ୍ରା ସାଉଣ୍ଡ, ଇସିଜି, ଲେପ୍ରୋଷ୍କପି, ରଞ୍ଜନ ରଶ୍ମୀ, ଆଇକ ମାଧ୍ୟମରେ ଦ୍ୱାରା ରୋଗ ନିରୂପଣ କରି ଆବଶ୍ୟକ ଅସ୍ତ୍ରୋପଚାର କରାଯିବ । ଏନେଇ ଗ୍ରାମାଞ୍ଚଳ ସ୍ତରରେ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାରେ ଡାକ୍ତରଙ୍କୁ ପରାମର୍ଶକରି ରୋଗୀ ମାନେ ନାମ ପଞ୍ଜୀକରଣ କରିଛନ୍ତି । କେବଳ ପଞ୍ଜୀକୃତ ହୋଇଥିବା ସମସ୍ତ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାମାଧ୍ଯମରେ ସମସ୍ତ ଚିକିତ୍ସା ସୁବିଧା ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ସରକାର ପରିବର୍ତ୍ତନର ପରେ ପ୍ରଥମ ଥର ପାଇଁ ଏହି ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି । ଉପାନ୍ତ ଅଞ୍ଚଳର ରୋଗୀ ମାନେ ବଡ଼ ମେଡ଼ିକାଲର ସୁପର ସ୍ପେସିଆଲିଷ୍ଟ ଡକ୍ଟରଙ୍କ ନିକଟରେ ନିଜ ଚିକିତ୍ସା ସୁବିଧା ପାଇପାରୁନଥିଲେ ବର୍ତ୍ତମାନ ଏହି ବାୟୁ ସ୍ବାସ୍ଥ୍ୟ ସେବା ମାଧ୍ଯମରେ ସ୍ପେସିଆଲିଷ୍ଟ ଡକ୍ଟର ଙ୍କୁ ହାତ ପାଆନ୍ତାରେ ପାଇ ଖୁସି ବ୍ୟକ୍ତ କରିଛନ୍ତି । ଚାରି ଦିନ ଚାଲିବାକୁ ଥିବା ଏହି ଶିବିରରେ ପ୍ରଥମ ଦିନ ରେ ସ୍ପେସିଆଲିଷ୍ଟ ଡକ୍ଟର ମାନେ ରୋଗୀ ମାନଙ୍କର ସ୍କ୍ରିନିଂ କରିବା ପରେ ପ୍ରାଥମିକ ଚିକିତ୍ସା କରି ବିଭିନ୍ନ ପରୀକ୍ଷା କରାଯିବା ସହିତ ରୋଗୀ ଙ୍କୁ ଔଷଧ ଯୋଗାଇଦିଆଯିବା ସହ ଆସନ୍ତାକାଲି ଅନ୍ୟ ସୁପର ସ୍ପେସିଆଲିଷ୍ଟ ଡକ୍ଟର ପହଞ୍ଚିବା ପରେ ରୋଗୀଙ୍କର ଅଧିକ ଚିକିତ୍ସା ପରାମର୍ଶ କରିବା ସହିତ ଆବଶ୍ୟକ ସ୍ଥଳେ ରୋଗୀଙ୍କ ଅସ୍ତ୍ରୋପଚାର କରିବା ସହ ଜରୁରୀ ରୋଗୀଙ୍କୁ ମେଡ଼ିକାଲରେ ଏଡ଼ମିଟ କରି ଚିକିତ୍ସା କରାଯିବ । ଏହି ଶିବିରରେ ୧ ହଜାର ରୁ ଉର୍ଦ୍ଧ ରୋଗୀ ପଞ୍ଜିକରଣ କରିଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏହି ନିଜ ପ୍ରକୃତ ମେଡ଼ିକାଲ ଛାଡି ଉପାନ୍ତ ଅଞ୍ଚଳର ଏହି ଶିବିରରେ ଯୋଗଦେଇ ସୁପର ସ୍ପେସିଆଲିଷ୍ଟ ଡକ୍ଟର ମାନେ ଖୁସି ବ୍ୟକ୍ତ କରି ଏହା ଏକ ନୂତନ ଅନୁଭୂତି ବୋଲି କହିଛନ୍ତି ।