ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ଭାରତୀୟ ଜନତା ପାର୍ଟି, ଆଜି କାର୍ଯ୍ୟାଳୟ ପରିସରରେ ମ, ରାମପୁର ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ପ୍ରଥମେ ଭାରତମାତା ଓ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କଙ୍କ ଫଟୋଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ ପରେ ଅତିଥି ମାନେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ଉପରେ ସୃତିଚାରଣ କରିଥିଲେ ବରିଷ୍ଟ ବିଜେପି ନେତା ପଦ୍ମଲୋଚନ ମିଶ୍ର, ଶ୍ରୀକାନ୍ତ ହୋତା, ଦିବାକର ବାଗ, ମଳୟ କୁମାର ତ୍ରିପାଠୀ, ମ, ରାମପୁର ସଦର ପଞ୍ଚାୟତ ନାଏବ ସରପଞ୍ଚ ପ୍ରସାନ୍ତ କୁମାର ମହାରଣା,, ମୋହନ୍ ମନହିରା, ଶରଦ ସାହୁ ପ୍ରମୁଖ ଯୋଗଦେଇ ଥିଲେ।

