ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମୁନ୍ନା ଦଳେଇ) :ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପ ଖାତିଗୁଡା ଠାରୁ କପୁର ପର୍ଯ୍ୟନ୍ତ ନିର୍ମିତ ରାସ୍ତା ନିର୍ମାଣର କିଛି ଦିନ ମଧ୍ୟରେ ମରଣ ଯନ୍ତା ପାଲଟିଛି।ଏହି ନବ ନିର୍ମିତ ରାସ୍ତା ମରଣ ଯନ୍ତା ପାଲଟିବା ପଛରେ ରହିଛି ଜଳ ସେଚନ ପାଇଁ କାର୍ଯ୍ୟ କରୁଥିବା ଠିକା ସଂସ୍ଥା। ସୂଚନା ଅନୁଯାଇ ପୂର୍ବରୁ ଥିବା ଏହି ରାସ୍ତା କୁ ଖୋଳି ଠିକା ସଂସ୍ଥା ପାଇପ ବିଛାଇ ଥିଲା।ପାଇପ ବିଛାଇବା ପରେ ମରାମତି ନକରି ମାଟି ଘୋଡାଇ ଛାଡିଦେଇଥିଲା ସଂସ୍ଥା। ଏହାପରେ ଉକ୍ତ ରାସ୍ତା ନିର୍ମାଣ କରିଥିଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ପୋଡ଼ଗଡ଼ ବନ୍ଧବିଭାଗ। ଉକ୍ତ ରାସ୍ତା ନିର୍ମାଣ ର ଦୁଇ ମାସ ମଧ୍ୟରେ ରାସ୍ତା ର ପ୍ରାୟ ୧୫ ରୁ ଉର୍ଦ୍ଧସ୍ଥାନ ରେ ଦବି ଯିବା ସହ ରାସ୍ତା ମରଣ ଯନ୍ତା ପାଲଟିଛି। ସ୍ଥିତି ଏମିତି ହୋଇଛି ରାସ୍ତା ଫାଙ୍କା ଦେଖି ବାଇକ ଗତି ବୃଦ୍ଧି କରିଥିବା ଚାଳକ ମାନେ ଏହି ଦବି ଥିବା ସ୍ଥାନ ଗୁଡିକରେ ଜାଣି ନପାରି ଦୁର୍ଘଟଣା ର ଶିକାର ହେଉଛନ୍ତି। ଏଠି ପ୍ରଶ୍ନ ଉଠୁଛି ନିର୍ମାଣ ର ମାତ୍ର ଦିନ କେଇଟା ମଧ୍ୟରେ ନଷ୍ଟ ହୋଇଥିବା ଏହି ରାସ୍ତା ପଛରେ ଦାୟୀ କିଏ। ଜଳ ସେଚନ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ନା ରାସ୍ତା କାମ କରିଥିବା ପୋଡାଗଡ଼ ବନ୍ଧ ବିଭାଗ ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ ହୋଇଛି। ଏହି ରାସ୍ତା ଉପରେ ଉଭୟ ତେନ୍ତୁଳିଖୁଣ୍ଟି ଏବଂ ନନ୍ଦାହାଣ୍ଡି ବ୍ଲକର ୧୦ ଉର୍ଦ୍ଧ ପଂଚାୟତ ବାସି ଙ୍କ ସମେତ ପ୍ରତିଦିନ ଶହଶହ ଲୋକେ ଯାତାୟାତ କରନ୍ତି|ନଷ୍ଟ ହୋଇଥିବା ଏହି ରାସ୍ତା ମରାମତି ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା। ବର୍ତମାନ ନିକଟ ଅତୀତ ରେ ଏହି ରାସ୍ତା ପ୍ରାୟ କୋଟିଏ ଟଙ୍କା ବିନିମୟ ରେ ନିର୍ମାଣ ହୋଇଥିଲା କିନ୍ତୁ ପରୀତାପ ର ବିଷୟ ଏହି ରାସ୍ତା ବର୍ତ୍ତମାନ ମରଣ ଯନ୍ତା ପାଲଟିଲାଣି।
