ରାଇଘର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମାମନି ଚକ୍ରବର୍ତ୍ତୀ): ବିଦ୍ୟାଳୟରୁ ବଦଳି ହୋଇଥିବା ପ୍ରଧାନ ଶିକ୍ଷକଙ୍କୁ ପୁନର୍ବାର ଯୋଗ ଦେବାକୁ ଦିଆନଯିବା ନେଇ ତୁରୁଡି ଗ୍ରାମବାସୀ ବିଦ୍ୟାଳୟରେ ତାଲା ମାରି ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନୂଆରେ ଆସିଥିବା ପ୍ରଧାନ ଶିକ୍ଷକ ଯେ କି ଗତ ମାସ ୨୫ ତାରିଖରେ ଯୋଗ ଦେଇଥିଲେ ସେ ହିଁ ଏଠାରେ ରହିବେ ଏହାଥିଲା ଗ୍ରାମବାସୀ ତଥା ଛାତ୍ର ଛାତ୍ରୀଙ୍କ ଦାବି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ସ୍ଥାନୀୟ ବି ଇ ଓ ବିକାଶ ଚନ୍ଦ୍ର ସରକାର। ଗ୍ରାମବାସୀ ତଥା ଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିବା ସହ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଗ୍ରାମ ବାସୀଙ୍କ ଅଭିଯୋଗ ଥିଲା ପୂର୍ବରୁ ଥିବା ପ୍ରଧାନ ଶିକ୍ଷକ ଦେଓ ଦାସ ଶତନାମି ସବୁବେଳେ ବିଦ୍ୟାଳୟକୁ ନିଶା ସେବନ କରି ଆସୁଥିଲେ ,ସ୍କୁଲ ପରିବେଶ ଠିକ ରଖୁନଥିଲେ। ଗତବର୍ଷ ପିଲାମାନଙ୍କୁ ପୋଷାକ ଦେଇନଥିଲେ। ଏହିପରି ଅଭିଯୋଗ ମାନ ଆଣିବା ସହ ବର୍ତମାନ ନୂତନ ଭାବେ ଗତ ମାସ ୨୫ ତାରିଖରେ ଯୋଗ ଦେଇଥିବା କ୍ରିଷ୍ଣା ପଦ ମଣ୍ଡଳ ହିଁ ଏଠାରେ ରୁହନ୍ତୁ ଏବଂ ମାତ୍ର କେଇଟା ଦିନରେ କିପରି ପୁଣି ଥରେ ବଦଳି ତାଲିକା ବାହାରି ନିଜ ନିଜ ଜାଗାକୁ ଯିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି କଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରୁଡି ଗ୍ରାମର ବିଶ୍ବଜିତ ମଜୁମଦାର ,ଗୌତମ ଢ଼ାଲି ,ସୁରେଶ ସରକାର ,ପଙ୍କଜ ସାନା ,ରତନ ସିଂ ,ସମୀର ସିଂ ,ଲିଳିମା ଵାଲା ,ଜୁଲି ସରକାର ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି ଗତ ମାସ ଅର୍ଥାତ ଜୁନ ମାସ ୧୬ ତାରିଖ ରେ ତୁରୁଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କୁ ଚନ୍ଦାହାଣ୍ଡି ୟୁ ଜି ଉଚ୍ଚ ବିଦ୍ୟାଳୟ ବେହେରାମୁଣ୍ଡାକୁ ବଦଳି ନିର୍ଦ୍ଧେଶ ହୋଇଥିବାବେଳେ ତେନ୍ତୁଳୀଖୁଣ୍ଟି ବ୍ଲକ ସ୍ଥିତ ଝରିଗୁମା କାଶୀ ପ୍ରସାଦ ସାହୁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ କୃଷ୍ଣପଦ ମଣ୍ଡଳଙ୍କୁ ଉଚ୍ଚ ବିଦ୍ୟଳୟକୁ ବଦଳି ନିର୍ଦ୍ଧେଶ ହୋଇଥିଲା। ଏହାପରେ ପ୍ରଧାନ ଶିକ୍ଷକ କୃଷ୍ଣପଦ ଜୁନ ୨୫ ତାରିଖରେ ତୁରୁଡ଼ିହି ଉଚ୍ଚ ବିଦ୍ୟାଳୟରେ ଯୋଗଦାନ କରି ପ୍ରଧାନ ଶିକ୍ଷକ ଭାବେ କାମ କରିଆସୁଥିଲେ |
