ଯୁବ ରେଡକ୍ରସ ପକ୍ଷରୁ ବନ ମହୋତ୍ସବ ପାଳିତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍:  ଥୁଆମୂଳ ରାମପୁର ମା ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡ଼ କ୍ରସ ତରଫରୁ ୭୬ତମ ବନ ମହୋତ୍ସବ ପାଳନ କରିବା ସଙ୍ଗେ ସଙ୍ଗେ ବୃକ୍ଷ ରୋପଣ କରାଯାଇଥିଲା। ଏହି ଅବସରରେ ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ସୁଶ୍ରୀ ଶ୍ଵେତାସୌମ୍ୟା ସହକାରୀ ଉଦ୍ୟାନ ଅଧିକାରୀ, ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ସିଂ,ଏମ୍.ଏମ୍.ପି.ଏସ୍ କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ଯୁବ ରେଡ଼କ୍ରସ ପରାମର୍ଶଦାତା ସରୋଜ କୁମାର ପାଟ୍ଟଯୋଷୀ, ମାଣିକେଶ୍ୱରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ସମୀର ସାହୁ, ଅଧ୍ୟାପକ ଓ କର୍ମଚାରୀ ତଥା ଛାତ୍ରଛାତ୍ରୀ ବହୁସଂଖ୍ୟାରେ ଯୋଗଦେଇ ବୃକ୍ଷରୋପଣ ଓ ବୃକ୍ଷ ଆବରଣ କରିଥିଲେ।