ସରକାରୀ ଜାଗାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ବିବାଦ

ରାଇଘର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମାମନି ଚକ୍ରବର୍ତ୍ତୀ) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଡୁକ ପଂଚାୟତର କେରାଡ଼ିହି ଗ୍ରାମର ୬ ଜଣ ଭାଇ ଯିଏକି ପଞ୍ଜିତ ଗଣ୍ଡ, ବଳରାମ ଗଣ୍ଡ, ଚମରୁ ଗଣ୍ଡ, ମୋହନ ଗଣ୍ଡ, ଜୟ ସିଂ ଗଣ୍ଡ, ଲଖିରାମ ଗଣ୍ଡ ଏକ ସରକାରୀ ଜାଗାକୁ ଦଖଲ କରିଥିଲେ ଏହାକୁ ବିରୋଧ କଲେ ଗ୍ରାମର ଦିନେଶ ଗଣ୍ଡ, ବଦକୁ ଗଣ୍ଡ, ସୁକୁରାମ ଗଣ୍ଡ, ଧନେଶ୍ ଗଣ୍ଡ, କୁମଲ ଗଣ୍ଡ, ଛବିଲାଲ ଗଣ୍ଡ, ପତିରାମ ଗଣ୍ଡ, ଧନିରାମ ଗଣ୍ଡ, ଜୟଲାଲ ଗଣ୍ଡ, ବିଜୟ ଗଣ୍ଡ, କୁମ ହର ଗଣ୍ଡ, ସମନାଥ ଗଣ୍ଡ, ଜଗ ଦେବ ଗଣ୍ଡ, ବିଷ୍ଣୁ ଗଣ୍ଡ, ଯାହରୁ ଗଣ୍ଡଙ୍କ ସମେତ ସମସ୍ତ ଗ୍ରାମବାସି, ଗ୍ରାମର ଲୋକଙ୍କ କହିବା କଥା ସରକାରୀ ଜାଗାରେ ଗ୍ରାମର କମିଟିସେଣ୍ଟର ହେଉ ଯଦି ନ ହେବ ତେବେ ଏହି ଜାଗା କାହାର ନୁହଁ ସରକାରଙ୍କ ଏହି କଥାକୁ ନେଇ ୬ ଜଣ ଭାଇଙ୍କ ସହ ଗ୍ରାମବାସିଙ୍କ ବିବାଦ ବଢ଼ିବାରେ ଲାଗିବାପରେ ଗ୍ରାମବାସି ଥାନା ଏବଂ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ତହସିଲଦାର ବିବାଦିତ ସରକାରୀ ଜାଗାକୁ ସରକାରୀ ବୋର୍ଡ ମାରିଦେଇଥିଲେ। କିନ୍ତୁ ଏହି ସରକାରୀ ବୋର୍ଡକୁ ଅବମାନନା କରି ବୋର୍ଡ ଫିଙ୍ଗିଦେଇ ପରିବାରର ୬ ଜଣ ଭାଇ ଚାଷକରିଦେଲେ ଏହାକୁନେଇ ପୁଣି ବିବାଦ ହେବା ପରେ ଉଭୟ ଗୋଷ୍ଠୀଙ୍କୁ ତହସିଲଦାର କାର୍ଯ୍ୟାଳୟ କୁ ଡକେଇ ତହସିଲଦାରଙ୍କ ଉପସ୍ଥିତିରେ ଚୁକ୍ତିପତ୍ର ଦେଇ ଛଡାଯାଇଥିଲା। ଭବିଷ୍ୟତରେ ଉଭୟ ଗୋଷ୍ଠୀ ଜାଗାପାଇଁ ବିବାଦକଲେ ଉଭୟଙ୍କୁ ଦଣ୍ଡିତ କରାଯିବ ବୋଲି ଚୁକ୍ତିପତ୍ରରେ ଉଲ୍ଲେଖ ରହିଛି।