କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ ଅଦାଲତ ପରିସରରେ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି। ବିଚାରପତି ଦୀପ୍ତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଲୋକ ଅଦାଲତ ରେ ୧୬ ଗୋଟି ଫାଇନାଲ ରିପୋର୍ଟ କେସ ବିଚାର କରାଯାଇ ଶେଷ କରାଯାଇଥିଲା। ସେହିପରି ୬୫ ଟି ପ୍ରାକବ୍ୟାଙ୍କ ଋଣ ଅନାଦେୟ ମାମଲା ରେ ସର୍ବ ମୋଟ ୭ ଲକ୍ଷ ୭୯ ହଜାର ୫୩୨ ଟଙ୍କା ଆଦାୟ କରାଯାଇଥିବା ବେଳେ ୧୪୭ ଟି ରାଜସ୍ବ ମାମଲା ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ରେ ବିଚାର କରାଯାଇ ସର୍ବ ମୋଟ ୧ ଲକ୍ଷ ୧୩ ହଜାର ୮୫୧ ଟଙ୍କା ରାଜସ୍ବ ଆଦାୟ କରାଯାଇଥିଲା। ଏଥିରେ ଓକିଲ ସଂଘ ସଭାପତି ଚିତ୍ତରଞ୍ଜନ ଭୋଇ, ସମ୍ପାଦକ ଯୁଗଳ କିଶୋର ଦୀପ, ବରିଷ୍ଠ ଆଇନଜୀବି ସୌମ୍ୟରଞ୍ଜନ ମିଶ୍ର,ସୌରରଶ୍ମି ନନ୍ଦ,ସନ୍ତୋଷ ଦାସ, ହରିପ୍ରସାଦ ତାଣ୍ଡି,ମନୋଜ ନାଗ ପ୍ରମୁଖଙ୍କ ସମେତ ସହକାରୀ ସରକାରୀ ଓକିଲ ପ୍ରକାଶ ଦାସ ଓ ଅଦାଲତର କର୍ମଚାରୀ ମାନେ ଉପସ୍ଥିତ ଥିଲେ।