ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡକ୍ରସ ତରଫରୁ ଫାର୍ଷ୍ଟ ଏଡ୍ ଏଣ୍ଡ କ୍ଲାଇମେଣ୍ଟ ଚେଞ୍ଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ କଲେଜର ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜଳବାୟୁ ପରିବର୍ତ୍ତନ ପ୍ରଶିକ୍ଷଣ ବିଷୟରେ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଇନ୍ଦ୍ରାବତୀ କ୍ଲଷ୍ଟର ଅବସର ପ୍ରାପ୍ତ ଅଧ୍ୟାପକ ତଥା ଫାର୍ଷ୍ଟ ଏଡ଼ ର ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଫାର୍ଷ୍ଟ ଏଡ଼ ତାଲିମ ପ୍ରଦାନ କରିଥିଲେ। ଏହି କ୍ଲାଇମେଟ ଚେଞ୍ଜ ଦ୍ୱାରା କାରଣ ସବୁ ନୂତନ ସମାଜରେ ଦୁର୍ଘଟଣା ଗୁଡିକ ତାର ପ୍ରାଥମିକ ସେବା କିପରି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦିଆଯାଇପାରିବ ତାହାର ତାଲିମ ମାଧ୍ୟମରେ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସ୍ୱାସ୍ଥ୍ୟ ଆମ୍ବାସୋଡର ତଥା ୱାଇଆରସି କାଉନସେଲର ଅଧ୍ୟାପକ ସନ୍ତୋଷ କୁମାର ଖିଲାର, ଅଧ୍ୟାପକ ଗୋପାଳ ମହାରଣା, ଶଙ୍କର କୁମାର ନାଲା, ଅଧ୍ୟାପିକା ତୁଷାରୀ ପଟ୍ଟନାୟକ, ଗ୍ରନ୍ଥ ପାଳକ ମନୋଜ କୁମାର ମହାପାତ୍ର ଉପସ୍ଥିତଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ସହିତ ତାଲିମ ଗ୍ରହଣ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମର ଅଧିକାରୀ ଛାତ୍ରଛାତ୍ରୀ ତଥା ଫାର୍ଷ୍ଟଏଡ଼ ଟ୍ରେନର ଙ୍କୁ ଏଭଳି ଏକ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଦେଇଥିଲେ।