ଉତ୍ତର ବନଖଣ୍ଡ କଶ୍ରୁପଡ଼ା ସେକ୍ସନରେ ବୃକ୍ଷରୋପଣ

କେସିଙ୍ଗା/ କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ବୁଧବାର ସକାଳ ୯ଘଣ୍ଟା ସମୟ ରେ ଯଶଶ୍ଵି ପ୍ରଧାନ ମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ଦାମୋଦର ମୋଦୀ ଙ୍କ ଜନ୍ମଦିନ ଅବସରରେ ଲୋକ ପ୍ରିୟ ମୁଖ୍ୟ ମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝୀଙ୍କ ଆହ୍ବାନ କ୍ରମେ ଜଙ୍ଗଲ ପରିବେଶ ବିଭାଗ କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କସୃପଡ଼ା ସେକ୍ସନ ବନପାଳ ବିଶିକେଶନ କରୁଆଁ ଙ୍କ ନେତୃତ୍ୱରେ ସ୍ଥାନୀୟ ରିନ୍ଦାବାହିଲି ଏ ଏନ୍ ଆର ସିଏ ପ୍ଲାନଟେଶନ ଠାରେ ସାମୁହିକ ୫୪୦୦ ବୃକ୍ଷ ରୋପଣ କରାଯାଇ “ମାଁ ପାଇଁ ଗଛ ଟିଏ ” କାର୍ଯକ୍ରମ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯକ୍ରମ ରେ ପଲମ୍ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ନିତ୍ୟାନନ୍ଦ ସାହୁ ମୁଖ୍ୟ ଅତିଥି ଥିବାବେଳେ ସମ୍ମାନିତ ଅଥିତି ଭାବେ ପଲମ୍ ବନ ସୁରକ୍ଷା ସମିତି ର ସଭାପତି ସୁବାଷ ଯାନୀ ଓ ମହଗାଁ, ଖେତୁପଡ଼ା ପଲମ, ରେନ୍ଦାବହାଲି ସମିତିର ସଭ୍ୟ ସଭ୍ୟା ମାନେ ତଥା ମିଶନ ଶକ୍ତି ଟକର୍ଲା ର ସିଆରପି ଏସ ଏଚ ଜି ମହିଳା, ସ୍ଥାନୀୟ ଗଣ ମାଧ୍ୟମ ପ୍ରତିନିଧି ବନବିଭାଗ କଶୃପଡ଼ା ସେକ୍ସନ ବନରକ୍ଷୀ, ପିଙ୍ଗୋ ଦଳପତି ହେମନ୍ତ କୁମାର ସାହୁ ଯୋଗ ଦେଇଥିଲେ। ଉକ୍ତ କାର୍ଯକ୍ରମ ପାଇଁ ବନପାଳ କଶୃପଡ଼ା ଙ୍କୁ ଅଞ୍ଚଳବାସି ସାଧୁବାଦ୍ ଜଣାଇବା ସହିତ ଅଞ୍ଚଲରେ ଏକ ପ୍ରତିକୂଳ ପରିବେଶ ସୃଷ୍ଟି ହୋଇ ପାରିଛି ବୋଲି ଚର୍ଚ୍ଚା ହେଉଛି।