କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଢ଼ାବା ନିକଟରେ ବୁଧବାର ଏକ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭର ଦହନ ହରିଜନ(୩୨) ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। କଲିକତାରୁ ଜୟପୁରକୁ ଯାଉଥିବା ଏହି ଖଟ ବୋଝେଇ ପିକଅପ ଭ୍ୟାନ୍ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ଢ଼ାବା ନିକଟରେ ଥିବା ଚାଷ ଜମିରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକ ଡ୍ରାଇଭର ଓ ଗାଡିକୁ ଉଦ୍ଧାର କରିଥିଲେ। ଖବର ପାଇ କୋକସରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।