ମେଡିକାଲରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରାଜ୍ୟରେ ଆଜିଠାରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ ହୋଇଛି। ଏହି କ୍ରମରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଅନୁଷ୍ଠିତ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ବିଜେପି ନେତା ତ୍ରିନାଥ ଶବର, ଡାକ୍ତର ତତ୍ବଦର୍ଶୀ ଦାସ, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ସ୍ବାସ୍ଥ୍ୟକର୍ମୀ କେତନ ପାତ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି କ୍ରମରେ ଆଭାସୀ ମାଧ୍ୟମରେ ସିଧାପ୍ରଶାରଣ ଦେଖିବା ସହ ସ୍ବାସ୍ଥ୍ୟ ସେବା ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମକୁ ପିଏଚ୍ଇଓ ସର୍ମିଲା ଛତ୍ରିଆ ସଂଯୋଜନା କରିଥିବାବେଳେ ବିପିଏମ ସୁଜିତ ସିଂ କୁମାର ସମେତ ମେଡିକାଲ କର୍ମଚାରୀ ମାନେ ସହଯୋଗ କରିଥିଲେ।