କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ସେପ୍ଟେମ୍ବର ୧୭ ରେ ‘ଏକ୍ ପେଡ୍ ମାଁ କେ ନାମ୍’ ଅଭିଯାନରେ ରାଜ୍ୟବ୍ୟାପୀ ୭୫ ଲକ୍ଷ୍ ଚାରାରୋପଣ କରାଯିବାର ଲକ୍ଷ ରଖାଯାଇଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ପକ୍ଷରୁ ବ୍ଳକ ସଦର ମହକୁମା ସ୍ଥିତ ଡିଗ୍ରୀ ମହାବିଦ୍ୟାଳୟଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କ ଅଧ୍ୟକ୍ଷତାରେ ଏକ୍ ପେଡ୍ ମାଁ କେ ନାମ୍ ୨.୦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଇଓ ମହେଶ କୁମାର ଭାଟି, କଲେଜ ଅଧ୍ୟକ୍ଷ ପୁଷ୍ପରାଜ ମେହେର, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା, ବିଧାୟକ ପ୍ରତିନିଧି ତ୍ରିନାଥ ଶବର ପ୍ରମୁଖ ଯୋଗଦେଇ କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ କଲେଜ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯାଇଥିଲା। ଏହାପରେ ପୁରୁଣା ବସଷ୍ଟାଣ୍ଡ ନିକଟରେ କଳାହାଣ୍ଡିର ଲୋକନୃତ୍ୟ ଓ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା। ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଶ୍ବିନୀ ପଟ୍ଟନାୟକ, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଶୁଭଶ୍ରୀ ସାହୁ, ବେଦମୟୀ ବାରିକ, ବ୍ଳକ ସହକାରୀ ଯନ୍ତ୍ରୀ ଶୁକ୍ରୁତା ନନ୍ଦ ମିଶ୍ର, ଯୋଗାଣ ନିରିକ୍ଷକ ଜଗାରାମ ମୁର୍ମୁ, କନିଷ୍ଠ ଯନ୍ତ୍ରୀ କିର୍ତ୍ତୀ ବେହେରା, ଅଜୟ ସେନାପତି, ସୁକାନ୍ତ ବେହେରା, ପ୍ରଜାନନ୍ତ ପ୍ରକାଶ ସିଂ, ସୌରବ ବେହେରା, ଏପିଇଓ ସତିଶ ରଞ୍ଜନ ବେହେରା, ଜିପିଡିଓ ନିଲୁ ପ୍ରଧାନୀ, ପିଇଓ ଭବିଷ୍ୟତ ପଟେଲ, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ୍ତ ପଣ୍ଡା, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ସମେତ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀ ଓ ବ୍ଳକ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।


