ଗୋଷ୍ଟି ସହାୟିକାଙ୍କ ସ୍ଥାୟୀ ପାରିଶ୍ରମିକ ଦାବିରେ ଗଣ ଧାରଣା

ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ପରିସରରେ ଓଡିଶା ଜୀବିକା ମିଶନ, ମିଶନଶକ୍ତି ବିଭାଗ ଅଧୀନରେ କାର୍ଯ୍ୟରତ ସି. ଏସ.ଏସ. ଙ୍କର କାର୍ଯ୍ୟ ଭିତ୍ତିକ ପାରିଶ୍ରମିକ ପ୍ରଦାନ ପରିବର୍ତ୍ତେ ସ୍ଥାୟୀ ଦରମା ପ୍ରଦାନ ଦାବିରେ ତେନ୍ତୁଳୀଖୁଣ୍ଟି ବ୍ଲକର ପନ୍ଦର ଗୋଟି ଗ୍ରାମପଞ୍ଚାୟତର ଶତାଧିକ ଗୋଷ୍ଟି ସହାୟକ କର୍ମଚାରୀ ଏମ ବି କେ, ସି ଆର ପି, ଓ ବ୍ୟାଙ୍କ ମିତ୍ର ମାନେ ଗଣ ଧାରଣା ଦେଇଥିବା ଦେଇଛନ୍ତ। ମିଶନ ଶକ୍ତି ବିକାଶ ଅଧୀନରେ କାର୍ଯ୍ୟରତ ଏମ ବି କେ, ସି ଆର ପି, ଓ ବ୍ୟାଙ୍କ ମିତ୍ର ମାନେ ବିଗତ ଜୁଲାଇ ୨୦୨୨ ମସିହାରୁ କାର୍ଯ୍ୟ କରି ଆସୁଛନ୍ତି, ସରକାର ମଧ୍ୟ ଠିକ ଭାବେ ସେଲେରୀ ଦେଇ ଆସୁଥିଲେ କିନ୍ତୁ ବିଗତ ଛଅ ମାସ ହେବ ସରକାର ପରଫ ମ୍ରାନ୍ସ ଇଂନସେଟିଭ ଦେବାକୁ ସ୍ଥିର କରିବା ଫଳରେ ଦୀର୍ଘ ଛଅ ମାସ ହେବ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ସି. ଏସ.ଏସ.ମାନେ ଦରମା ନେଉନ ଥିବା ଜଣା ପଡିଛି। ଏହି ପ୍ରରିପ୍ରେକ୍ଷୀରେ ସମଗ୍ର ଓଡିଶା ଜୀବିକା ମିଶନ ଶକ୍ତି ସଙ୍ଘଙ୍କ ଡାକରାରେ ସମସ୍ତ ବ୍ଲକରେ ଥିବା ଓ.ଏଲ.ଏମ ଅଫିସରେ ତାଲା ଠୁଙ୍କି ଅନିଦ୍ରୀଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଧାରଣାକୁ ତେନ୍ତୁଳୀଖୁଣ୍ଟି ବ୍ଲକ କଂଗ୍ରେସ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା।