କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ସ୍ବାସ୍ଥ୍ୟ ଶିବିର

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ବାସ୍ଥ୍ୟ ଶିବିର କୋକସରା ବ୍ଲକ ସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଶିବିରରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଭଗବାନ ପଣ୍ଡା, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ବର୍ଷା ପ୍ରିୟଦର୍ଶିନୀ, ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତି ପ୍ରକାଶ ଆଚାର୍ଯ୍ୟ, ଦାନ୍ତ ବିଶେଷଜ୍ଞ ଡାକ୍ତର ସ୍ବପ୍ନାଶ୍ରୀ ବେହେରା ପ୍ରମୁଖ ଯୋଗଦେଇ ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ। ଏଥିରେ କୋକସରା ବ୍ଳକର ୨୨ ଗୋଟି ପଞ୍ଚାୟତରୁ ମୋଟ ୨୭୮ ଜଣ ଲୋକେ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ପଞ୍ଜିକରଣ କରିଥିଲେ। ପର୍ଯ୍ୟବେକ୍ଷଣ ଭାବରେ ଜିଲ୍ଲାରୁ ଭିବିଡିସି ଦିନେଶ ପ୍ରହରାଜ ଓ ଡ଼ିଏମ୍ଆରସିଏଚ୍ ରଞ୍ଜନ ରଶ୍ମି ମହାନ୍ତି ଯୋଗଦେଇ ଶିବିର ପରିଦର୍ଶନ କରିଥିଲେ। କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜା ଡାକ୍ତର ତତ୍ବଦର୍ଶୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିର ପରିଚାଳନା ହୋଇଥିବାବେଳେ ପିଏଚ୍ଇଓ ଶର୍ମିଲା ଛତ୍ରିଆ, ବିପିଏମ୍ ସୁଜୀତ ସିଂ କୁମାର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସ୍ବାସ୍ଥ୍ୟକର୍ମୀ କେତନ ପାତ୍ର, ସୁଧୀର କୁମାର ଧଙ୍ଗଡାମାଝୀ, ଏମଟିଏସ୍ ଦୁଷ୍ମନ୍ତ ରାଉତ ସମେତ ସମସ୍ତ ମେଡିକାଲ କର୍ମଚାରୀ ସହଯୋଗ କରିଥିଲେ।