ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ଜିଲ୍ଲା କିନ୍ନର ସଂଘ ପକ୍ଷରୁ କଷାଗୁମୁଡ଼ା ଗ୍ରାମ ର ମା ଦୁର୍ଗା ଙ୍କ ପୂଜା ନିମନ୍ତେ କମିଟି ସଭ୍ୟଙ୍କୁ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଅବସରରେ ପୂଜା କମିଟି ର ସଭ୍ୟ ତଥା ସରପଞ୍ଚ ହରିବନ୍ଧୁ ଭତରା ସମେତ ଅନ୍ୟ ସଭ୍ୟ ଉପସ୍ଥିତ ଥିଲେ। କିନ୍ନର ସଂଘ ପକ୍ଷରୁ ସଭାପତି କାଜଲ କିନ୍ନର, ସମ୍ପାଦକ ଚୂମୁକୀ କିନ୍ନର ସମେତ ସୃତି, ପ୍ରୀତି, ଅନିତା, ବର୍ଷା, ବଇଦି, ରାଧା, ତୁଳସୀ, ଶିବାନୀ, କବିତା ଏବଂ ଇପ୍ସିତା କିନ୍ନର ପ୍ରମୁଖ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ମଧ୍ୟ ଜିଲ୍ଲା କିନ୍ନର ସଂଘ ର ସଦସ୍ୟ ମାନେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରିବା ସାଥେ ସାଥେ ଗରିବ ମାନଙ୍କୁ ବର୍ଷା ଓ ଶୀତ କାଳରେ ଛତା, କମ୍ବଳ ପ୍ରବୃତ୍ତି ବଣ୍ଟନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ କିନ୍ନର ସଂଘ ଗଠନ ହେବା ପର ଠାରୁ ସମାଜରେ କିନ୍ନର ମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। କିନ୍ନର ମାନଙ୍କ ଏଭଳି ଅଭିନବ ପ୍ରୟାସ କୁ ଜିଲ୍ଲା ବାସୀ ସମେତ ସଂଘର ଉପଦେଷ୍ଟା ଜଗନ୍ନାଥ ମହାପାତ୍ର, ପ୍ରୋଜେକ୍ଟ ଲିଡର ଏମ ବାଲା କୃଷ୍ଣ ରାଓ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ଉପଦେଷ୍ଟା ଅଖିଳ ଭଟ୍ଟ, ନିନି ବାବୁ ତ୍ରିପାଠୀ, ଦୁର୍ଗା ପାଢ଼ୀ, ମହିଳା ଉପଦେଷ୍ଟା ଡକ୍ଟର ସଂଯୁକ୍ତା ପଣ୍ଡା, ଶର୍ମିଷ୍ଠା ଦେଓ, କିଶୋରୀ ପଟ୍ଟନାୟକ, ସ୍ୱର୍ଣାଲତା ପଟ୍ଟନାୟକ, ଉମରକୋଟ ଅଞ୍ଚଳର ମହିଳା ଉପଦେଷ୍ଟା ଚନ୍ଦନା ମଲ୍ଲିକ, ଉପଦେଷ୍ଟା ଶ୍ରୀନିବାସ ପଟ୍ଟନାୟକ, ପାପଡ଼ାହାଣ୍ଡି ଅଞ୍ଚଳର ଉପଦେଷ୍ଟା ତଥା ବ୍ଲକ ଉପସଭାପତି ସୁଶାନ୍ତ ବେହେରା, କାର୍ଯ୍ୟକାରୀ ସଦସ୍ୟ କୃଷ୍ଣ ପ୍ରସାଦ ରଥ ପ୍ରମୁଖ ଶୁଭେଛା ଓ ସାଧୁବାଦ୍ ଜଣାଇ ଛନ୍ତି।