୯୦ ପ୍ରତିଶତ ଭିନ୍ନକ୍ଷମ ଥାଇବି ମିଳୁନି ୩୫୦୦ ଟଙ୍କା ଭତ୍ତା

ମ,ରାମପୁର/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ମାଣିକେରା ପଞ୍ଚାୟତର ଆରସକୁପା ଗ୍ରାମରେ  ଜନ୍ମରୁ ଦିବ୍ୟାଙ୍ଗ ଧରୁଆ ବହୁତ କଷ୍ଟରେ ଜୀବନ ଯାପନ କରୁଛନ୍ତି।  ତେବେ ସରକାରଙ୍କ ନୂଆ ନିୟମରେ ୮୦% ପ୍ରତିଶତ ଭିନ୍ନକ୍ଷମ ମାନଙ୍କୁ ୩୫୦୦ ଘୋଷଣା କରିଛନ୍ତି। ହେଲେ ତାଙ୍କର ୯୦ %ପ୍ରତିଶତ ଭିନ୍ନକ୍ଷମ ସାଟିଫିକେଟରେ ଉଲ୍ଲେଖ ରହିଛି,  ତଥାପି ସେ ଅଜିବି ୧୨୦୦ ଟଙ୍କା ଭତ୍ତା ପାଇଛନ୍ତି। କେଉଁ ତ୍ରୁଟି ପାଇଁ ଭିନ୍ନକ୍ଷମ ଧରୁଆ ୩୫୦୦ ଟଙ୍କା ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ତାହା ଆଜି ପଯ୍ୟନ୍ତ ତାଙ୍କୁ ଜଣାନାହିଁ। ତାଙ୍କର ସମସ୍ତ କାଗଜ ପତ୍ର ଠିକ ଅଛି ବୋଲି ସେ କହୁଛନ୍ତି। ଯେଉଁଆଡେ ଗଲେ ଆଣ୍ଠେଇ ଆଣ୍ଠେଇ ଯିବାକୁ ପଡେ, ଅନ୍ୟର ସାହାରାରେ ସେ ବଞ୍ଚୁଛିନ୍ତି। ହେଲେ ପରିତାପର ବିଷୟ ଅଜି ପର୍ଯ୍ୟନ୍ତ ତାଙ୍କୁ ହୁଇଲଚେୟାର କିମ୍ବା ଟ୍ରାଇସାଇକେଲ ଟେ ମଧ୍ୟ ମିଳିନାହିଁ। ସେ ଯଦି କୌଣସି ସ୍ଥାନକୁ ଯିବାକୁ ହେଲେ ଅନ୍ୟର ସାହାରରେ ଯିବାକୁ ପଡେ। ସରପଞ୍ଚ ଠାରୁ ନେଇ ବ୍ଲକ ଅଧିକାରୀଙ୍କୁ ବହୁବାର ଜଣାଇଲାପରେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି।