ତୈଲିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ରକ୍ତଦାନ ଶିବିର

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ତୈଲିକ ସାହୁ ସମାଜ ପକ୍ଷରୁ ଗାନ୍ଧୀଗ୍ରାମ ପଡା ତୃପ୍ତି ଏଣ୍ଡ କ୍ଳାବ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ସ୍ୱେଚ୍ଛାସେବୀ ରକ୍ତ ଦାନ କରିଥିବା ବେଳେ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ନେତା ଗଙ୍ଗାଧର ମାଝୀ,ସମାଜସେବୀ ଶେଷଦେବ ବେହେରା ଯୋଗ ଦେଇଥିବା ବେଳେ ମେଡ଼ିକାଲ କର୍ମଚାରୀ ଡମ୍ବୁରୁଧର ସାହୁ, କୃଷ୍ଣଚନ୍ଦ୍ର ସାହୁ ଓ ଜତିନ୍ଦ୍ର ପ୍ରସାଦ ବାଗ ରକ୍ତ ସଂଗହ କରିଥିଲେ। କାର୍ଯ୍ୟକ୍ରମକୁ ଜୟପାଟଣା ତୈଲିକ ସାହୁ ସମାଜର ସଭାପତି ଗୌରଚନ୍ଦ୍ର ସାହୁ,ସମ୍ପାଦକ ଭାସ୍କରଚନ୍ଦ୍ର ସାହୁ, କୋଷାଦକ୍ଷ ଭାଗିରଥି ସାହୁ ପରିଚାଳନା କରିଥିବା ବେଳେ ନରେଶଚନ୍ଦ୍ର ସାହୁ, ବିକାଶ ରଞ୍ଜନ ସାହୁ, ଅନୀଲ ସାହୁ, ଅଭିମନ୍ୟୁ ସାହୁ ତଥା କଲମପୁର ବ୍ଳକ ତୈଲିକ ସମାଜ ସଭାପତି କୃଷ୍ଣଚନ୍ଦ୍ର ସାହୁ ସାହାଯ୍ୟ ସହଯୋଗ କରିଥିଲେ।