ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଙ୍କ ସ୍ମୁତିସଭା

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଆଜି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କର୍ଯ୍ୟଳୟରେ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କର ତୃତୀୟ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ସ୍ମୁତି ସଭା ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ସଭାରେ ତତ୍କାଳୀନ ସମ୍ପ୍ରତିକ ତତ୍ୱର ଏକ ଫାଶୀବାଦୀ ଚରିତ୍ର ସମଗ୍ର ରାଷ୍ଟ୍ରକୁ କିପରି ବିପନ୍ନ କରିଚାଲିଛି ତତ୍ ସହିତ ଏକ ଅସହିଷ୍ଣୁତାର ବତାବରଣ ଭାରତୀୟ ଅଖଣ୍ଡତାକୁ କିପରି ଭାବେ ନଷ୍ଟ କରିଚାଲିଛି ସେ ସମ୍ବନ୍ଧରେ ସମସ୍ତ ସମାଜବାଦୀ ଚରିତ୍ର ରେ ବିଶ୍ୱାସ ରଖୁଥିବା ଜନସାଧାରଣଙ୍କୁ ଅବଗତି କରାଯିବା ସହିତ ରାଷ୍ଟ୍ର ବିପ୍ଳବରେ ସମାଜବାଦର ଭୂମିକା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏହି ସଭାରେ ବରିଷ୍ଟ ସମାଜବାଦୀ ଚାଷୀ ନେତା ବିଜୟ ବେହେରା, ପାର୍ଟିର ରାଜ୍ୟ କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ମିଡ଼ିଆ ସେଲ ଅଧ୍ୟକ୍ଷ ପ୍ରଦୀପ ମିଶ୍ର, ଛାତ୍ର ସଭାର ସାଧାରଣ ସମ୍ପାଦକ ସୌଭାଗ୍ୟ ପରିଡ଼ା, ଯୁବନେତା ସନ୍ତୋଷ କୁମାର ବାଗ, ଲକ୍ଷ୍ମୀଧର ମହାଭୋଇ ଏବଂ ଅନ୍ୟ ନେତୃବୃନ୍ଦ ମାନେ ସମ୍ପ୍ରଦିକ୍ ପରିସ୍ଥିତି ଉପରେ ଆଲୋକ ପାତ କରିବା ସହିତ ଧରତୀପୁତ୍ର ମାନନୀୟ ନେତାଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।