ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ଏସବିଆଇ ଏବଂ ରାମକି ଫାଉଣ୍ଡେସନ ର ମିଳିତ ସହଯୋଗରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା କରି ଆସୁଛି। ଆଜି ନାଗଝୁରି ସ୍ଥିତ ଅଙ୍ଗନବାଡି କେନ୍ଦ୍ର ରେ ଅଙ୍ଗନବାଡି କର୍ମୀ ଏବଂ ଆଶା ଦିଦି ଟିଲୋତମା ଜାନିଙ୍କ ଉପସ୍ଥିତିରେ ରାମକି ଫାଉଣ୍ଡେସନ ର ଡାକ୍ତର ବିମଳ ଚରଣ ଷଡଙ୍ଗୀ ଭେଷଜ ବିତରକ ଜ୍ୟୋଷ୍ଣାମୟୀ ବେହେରା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ର ଉପାଦାୟତା ଉପରେ ଲୋକ ମାନଙ୍କୁ ଜାଗୃତ କରାଯାଇଥିଲା ଖାସ କରିକି ବାପା ଏବଂ ମାଁ ମାନେ ନିଜ ଶିଶୁଙ୍କୁ ମାନସିକ ସ୍ୱାସ୍ଥ୍ୟ ଉପରେ କେମିତି ଧ୍ୟାନ ରଖିବେ ତାହା ପ୍ରାଞ୍ଜଳ ଭାବେ ବୁଝା ଯାଇଥିଲା। ଏହି କାର୍ଯ୍ୟକ୍ରମ ଗ୍ରାମର ଅନେକ ଲୋକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ପି ସି, ଷ୍ଟାଫ ନର୍ସ ପଙ୍କଜିନି ରଣା, ଏଲଟି ନିତୁ ନାୟକ ପାଇଲଟ ନିରଞ୍ଜନ ହାତୀ ପ୍ରମୁଖ ଉପସ୍ଥିତ ଥିଲେ। ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ ତରଫରୁ ସମାଜ କୁ ସୁସ୍ଥ ରଖିବା ସହିତ ପରିବେଶ କୁ ମଧ୍ୟ ସଫା ସୁତୁରା ରଖିବା ପାଇଁ ନିରନ୍ତର ଉଦ୍ୟମ କଳାହାଣ୍ଡି ଜିଲ୍ଲାରେ ଜାରି ରଖିଛି । ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା କରି ଆସୁଛି।ଆଜି ନାଗଝୁରି ସ୍ଥିତ ଅଙ୍ଗନବାଡି କେନ୍ଦ୍ର କୁ ଆସୁଥିବା ଲୋକ ମାନଙ୍କ ସଚେତନା ଲାଗି ଅଙ୍ଗନବାଡି କର୍ମୀ ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ଅଂଚଳ ବାସୀ ଆଉ କେନ୍ଦ୍ର ର ଥିବା ମହିଳା ମାନେ ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଥିଲେ।