ଚନ୍ଦାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ତେନ୍ତୁଳି ପଡା ଗ୍ରାମର କୁଆଁରୀ ଝିଅ ସମୂହ ଚଳିତ ବର୍ଷ ମହା ଆଡମ୍ବର ସହ ଭାଇ ଜିଉଁନ୍ତିଆ ବ୍ରତ ସମାପନ କରିଛନ୍ତି । ଭାଇର ମଙ୍ଗଳ ସକାଶେ ଦୀର୍ଘ ଦଶଦିନ ପୂର୍ବରୁ ନଦୀରୁ ବାଲି ଉଠାଣ କରି ଉକ୍ତ ବାଲି ଉପରେ ଧାନ, ମକା, ବିରି, କୁଳଥ ଇତ୍ୟାଦି ଶସ୍ୟ କୁ ପବିତ୍ର ହଳଦୀ ପାଣି ମାଧ୍ୟମରେ ଅଙ୍କୁରିତ କରିବା ସହ ସେହି ଦିନ ଠାରୁ ବ୍ରତଧରି ଅନ୍ତିମ ଦିନରେ ଗ୍ରାମ୍ୟ ଦେବି ମାଟି ମନ୍ଦିର ପାଖରେ ସମସ୍ତେ ଏକତ୍ରିତ ହୋଇ ରାତ୍ରି ତମାମ ପୁରାଣ ପାଠ ପଠନ କରିଥିଲେ। ଭୋର ସକାଳୁ ଉଠି ସମସ୍ତେ ନଦୀଜଲରେ ଉକ୍ତ ଅଙ୍କୁରିତ ଶସ୍ୟ ସମୂହକୁ ବିସର୍ଜନ କରିଥିଲେ ପରେ ନିଜ ଭାଇ ମାନଙ୍କୁ ପୂଜାପାଠ କରି ସମସ୍ତେ ନୂତନ ବ୍ରତଦଉଡି ଧାରଣ କରିଥିଲେ । ଉକ୍ତ ଭାଇ ଜିଉଁନ୍ତିଆ ପୂଜା ଅବସରରେ ଏକ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ,ସଂମ୍ମାନୀୟ ଅତିଥି ଭାବେ ଯୁବ ସମାଜ ସେବି ପ୍ରଶାନ୍ତ ପାରି, ପୁସ୍ତମ ବାଘ ପ୍ରମୁଖ ଯୋଗ ଦେଇ ବ୍ରତ ଧାରୀ କୁଆଁରୀ ଝିଅ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ ଗ୍ରାମର ଲିବ୍ୟା, ରିଙ୍କି, ସବିତା,ମଞ୍ଜୁଳା, ଦମୟନ୍ତୀ, ଯମଣୀ, ଯଶୋଦା, ମାଣିତା, ଅମ୍ବିକା, ରଶ୍ମିତା, ଭୋଜମନି, ପିଙ୍କି, ମଦନେ, ଅହଲ୍ୟା, ନୀଳା,ଦୂଷିଲା, ଆସ୍ମାତୀ, ଲକ୍ଷ୍ମୀ, ହୀରାମଣି, କାନ୍ତି, ପ୍ରମେଶ୍ବରୀ, ନିଁଳେନ୍ଦ୍ରି, ହେମନ୍ତୀ, ଧୂର୍ଣ୍ଣି, ବିମଳା, ସନ,ପ୍ରମୁଖ କୁଆଁରୀ କନ୍ୟା ବ୍ରତ ରଖିଥିବା ବେଳେ ଗ୍ରାମବାସୀ ସମସ୍ତେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।


