ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଆନ୍ତର୍ଗତ ପୂଜାରୀଗୁଡା ଗ୍ରାମର ମିନି ଷ୍ଟାଡିୟମ ଠାରେ ଫୂଟବଲ ଟୋର୍ନାମେଣ୍ଟ ମ୍ୟାଚର ଉଦଘାଟନ ହୋଇଯାଛି। ଏହି ଉଦଘାଟନ ଅବସରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡ଼କ୍ଟର ଲିପିକା ମାଜି ରିବନ କାଟି ମ୍ୟାଚକୁ ଶୁଭାରମ୍ଭ କରିଥିଲେ। ତାଙ୍କ ସହିତ ପି. ନାଗରତନ୍ମ, ବୃନ୍ଦାବନ ତ୍ରିପାଠୀ, ପ୍ରୋହ୍ଲାଦ ହିଆଲ, ଭୀମ ପାଣି ଗ୍ରାହୀ, ପୂଜାରୀ ଗୁଡା ସରପଞ୍ଚ ଅନାଦି ମାଝୀ, ତେନ୍ତୁଳୀଖୁଣ୍ଟି ସରପଞ୍ଚ ଟବା ନାୟକ, କିଶ୍ବର ଚନ୍ଦ୍ର ସିଂ, କୁମାର ପୂଜାରୀ , ଭାସ୍କର ଖୁରା, ବିଜୟ କରକୋରା , ନକୁଳ କର୍କରା, ସୁବାସ କର୍କରା, ବରିଷ୍ଟ ଖେଳାଳି, ଗୋପାଳ କୃଷ୍ଣ ନାୟକ, ଜାନକୀ ବିଷୟୀ, ଚିତାନନ୍ଦ ସାହୁଙ୍କ ସହ ଗୋଷ୍ଟି ଉନୟନ ଅଧିକରୀ ମୋନଜ ପାଣିଗ୍ରାହୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଉଦଘାଟନ ମ୍ୟାଚରେ ତେନ୍ତୁଳୀଖୁଣ୍ଟି ବ୍ଲକ ଚିତ୍ରକୋଟ ସହିତ କୋଷାଗୁମୁଡା ବ୍ଲକର କୋର୍ଚ୍ଚା ମାଳର ଚନ୍ଦନ ଇଲେଭେନ, ଏବଂ ମାଜିଗୁଡା ସହିତ କୁର୍ମାକୋଟ ଟିମ ମଧ୍ୟରେ ରୋମାଞ୍ଚକ ଭାବେ ଖେଳ ଅନୁଷ୍ଠିତ ହୋଇ ଯାଇଛି। ସହ ସହ ଖେଳ ପ୍ରେମି ମାନେ ଉପସ୍ଥିତ ରହି ଖେଳ କୁ ଉପଭୋଗ କରିଥିବା ଦେଖିବାକୁ ମିଲିଥିଲା।



