ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ କରୁଥିବା କଳ୍ପତରୁ ଠିକା ସଂସ୍ଥା ପକ୍ଷରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଇନ୍ଦ୍ରାବତୀ ୱାର୍କସପ ଠାରେ ଆୟୋଜିତ ହୋଇଥିଲା। କଳ୍ପତରୁ ଅନ୍ତର୍ଜାତୀୟ ପ୍ରକଳ୍ପ ଅଧ୍ୟକ୍ଷ ମାଫତ ରାଜ ପି ମନଟଙ୍କ ୮୧ ତମ ଜନ୍ମ ଦିବସ ଉପଲକ୍ଷେ ପ୍ରକଳ୍ପ ନବରଙ୍ଗପୁର ଶାଖା ଅଧିକାରୀ ତାରକେଶ୍ୱର ଗିରିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସଂଚାଳକ ତାପସ କୁମାର ସାହୁ ଏବଂ ବିଜୟ କୁମାର ପଟନାୟକଙ୍କ ତତ୍ୱାବଧାନରେ ପ୍ରକଳ୍ପରେ କାର୍ଯ୍ୟରତ ୪୧ ଜଣ କର୍ମଚାରୀ ଓ ଶ୍ରମିକ ଏହି ଶିବିରରେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ୮୫ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରା ଯାଇଥିଲା। ଏହି ଶିବିରରୁ ମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଖୁବ ଶୀଘ୍ର ଇନ୍ଦ୍ରାବତୀରେ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ ପାଇଁ ପ୍ରକଳ୍ପ ଅଧିକାରୀ ଶ୍ରୀ ଗିରି ପତିଶୃତି ଦେଇଛନ୍ତି। ରକ୍ତଦାନ ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଟା ଅପରେଟର ସମ୍ବିତ ମିଶ୍ର, ସରୋଜ ସିଂ, ମାର୍ଟିନ ଛତର, ବୀରେନ୍ଦ୍ର ବିଶୋଇ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଏ ସତୀଶ କୁମାର, ବି କିଶୋର, ପ୍ରଶାନ୍ତ ପାତ୍ର, ଶୁଭେନ୍ଦୁ ମାଇଟି, ପ୍ରାରବ୍ଧ ସାହୁ, ଉମା ଶଙ୍କର ବେହେରାଙ୍କ ସମେତ ସଂସ୍ଥାର ଅନେକ କର୍ମଚାରୀ ଏବଂ ଶ୍ରମିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ରକ୍ତଦାନ କରିଥିଲେ।




