ରାମକୃଷ୍ଣ ଆଶ୍ରମଠାରେ ବରିଷ୍ଠ ନାଗରିକ ଦିବସ ପାଳିତ

ମ.ରାମପୁର/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ରାମକୃଷ୍ଣ ଆଶ୍ରମ ପରିସରରେ ଥିବା ବୃଦ୍ଧାଶ୍ରମରେ ଆଜି ବ୍ଲକ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ ରାମକୃଷ୍ଣ ଆଶ୍ରମ ର ସମ୍ପାଦକ ଅଶୋକାନନ୍ଦ ମାହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ମୁଖ୍ୟ ବକ୍ତା ଭାବେ ପଦ୍ମ ଲୋଚନ ମିଶ୍ର, ସମ୍ମାନିତ ଅତିଥି ଭାବେ ମ.ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଲଳିତ କୁମାର ମହାଲିକ ଯୋଗଦେଇଥିଲେ। ବର୍ତ୍ତମାନ ସମାଜରେ ବରିଷ୍ଠ ନାଗରିକ ମାନଙ୍କ ଭୂମିକା, ଆଦର୍ଶ, ମାନବିକତା ତଥା ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଆଦି ଉପରେ ଉପସ୍ଥିତ ଅତିଥି ମାନେ ମାତବ୍ୟକ୍ତ କରିଥିଲେ। ଯୋଗଦେଇ ଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ସହିତ ସମ୍ମାନିତ କରାଯାଇଥିଲା। ଶେଷରେ ଆଶ୍ରମର ରମାକାନ୍ତ ବେହେରା ସମସ୍ତ ଅତିଥି ଗଣ ବୃଦ୍ଧ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।