କେସିଙ୍ଗାରେ କଂଗ୍ରେସର ଭୋଟ ଚୋର ଗଦି ଛୋଡ ଦସ୍ତଖତ ଅଭିଯାନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବିଜେପି ବିରୁଦ୍ଧରେ ଆଣିଥିବା ଭୋଟଚୋରି ପ୍ରସଙ୍ଗ ଇତି ମଧ୍ୟରେ ସାରା ଭାରତରେ ହଇଚଇ ସୃଷ୍ଟି କରିଥିବା ବେଳେ କଂଗ୍ରେସ ବିଜେପି କୁ ଭୋଟ ଚୋରି କରି କ୍ଷମତା କୁ ଆସିଥିବା ଅଭିଯୋଗ କରି ରାଜ୍ୟ ପି ସି ସି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା କଂଗ୍ରେସ ପକ୍ଷରୁ ଟାଉନ ସଭାପତି ସୁଭାଷ ଜୈନ ଓ ଯୁବ ଜିଲ୍ଲା ଯୁବ କଂଗ୍ରେସ ଇନଚାର୍ଜ ବିଜୟ ଦୀପଙ୍କ ନେତୃତ୍ୱରେ କେସିଙ୍ଗା କଂଗ୍ରେସ ର ଅନେକ ଆଗଧାଡିର କର୍ମୀଙ୍କ ସହଯୋଗରେ ଆରମ୍ଭ ହୋଇଛି ଭୋଟ ଚୋର ଗଦି ଛୋଡ ଅଭିଯାନ।କେସିଙ୍ଗା ଅଞ୍ଚଳରୁ ପ୍ରାୟ ୧୦ ହଜାର ଲୋକଙ୍କ ଦସ୍ତଖତ ଏହି ଅଭିଯାନ ନାମରେ ସଂଗ୍ରହ କରାଯିବ ବୋଲି କେସିଙ୍ଗା କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଓ ଉକ୍ତ ଦସ୍ତଖତ ଗୁଡ଼ିକୁ ଦେଶର ମାନ୍ୟବର ରାଷ୍ଟ୍ରପତି ଙ୍କୁ ପଠାଯିବ ବୋଲି କୁହାଯାଇଛି। ସହରର ର ସମସ୍ତ ୧୨ ଗୋଟି ୱାର୍ଡ ର ଘର ଘର ଯାଇ କଂଗ୍ରେସ କର୍ମୀ ମାନେ ଲୋକଙ୍କୁ ଅଭିଯାନ ସମ୍ବନ୍ଧରେ ଓ ଅଭିଯାନ ର ମୂଲଉଦ୍ଦେଶ୍ୟ ଲୋକଙ୍କୁ ବୁଝାଇ ଦସ୍ତଖତ ସଂଗ୍ରହ କରିବେ ବୋଲି ଉକ୍ତ ଅଭିଯାନ ର ନେତୃତ୍ୱ ନେଇଥିବା କଂଗ୍ରେସ ନେତା ପ୍ରକାଶ କରିଛନ୍ତି। ଏହି ଅଭିଯାନ ରେ ଅନ୍ୟ ମାନଙ୍କ ମଧ୍ୟରେ ରାମଜୀ ମାତଖଣ୍ଡିଆ, ଧରଣୀଧର ନାଏକ, ମୋତି କୈବର୍ତ୍ତ, ନବୀନ,ପ୍ରତାପ ବାଗ, ନିରୁପମା ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।