କଲମପୁର ବ୍ରହ୍ମାକୁମାରିଜରେ ଆଧ୍ୟାତ୍ମିକ ପ୍ରବଚନ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) :  ପବିତ୍ର କାର୍ତ୍ତିକ ମାସର ପବିତ୍ର ସନ୍ଧ୍ୟାରେ ପ୍ରଜପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ କଲମପୁର ଉପସେବାକେନ୍ଦ୍ର ଠାରେ ସୋମବାର ଦିନ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପସେବାକେନ୍ଦ୍ର ସଞ୍ଚା ଳିକା ରୋଜି ଭଉଣୀଙ୍କ ଆହ୍ବାନ କ୍ରମେ ସୁଦୂର ମାଉଣ୍ଟଆବୁ ରାଜସ୍ଥାନ ମଧୁବନର ତପସ୍ୱୀ ବ୍ରହ୍ମାକୁମାର ମଧୁସୂଦନ ଭାଇ ଯୋଗଦେଇଥିଲେ। ବର୍ତ୍ତମାନ ଏଇ ଦୁନିଆ ପ୍ରକୃତିର ହଲଚଲ , କେଉଁଠି ଜଳର ତାଣ୍ଡବ ତ କେଉଁଠି ଭୁମିକମ୍ଫ, ଅଗ୍ନିର ପ୍ରକୋପ ସହିତ ରୋଗ, ଶୋକ ରାଜନୈତିକ, ସାମାଜିକ,ସାମ୍ପ୍ରଦାୟିକ ଭଳି ଅଶାନ୍ତ ରହୁଥିବାରୁ ନିଜକୁ ଶକ୍ତିଶାଳୀ କରିବାକୁ ପଡ଼ିବ। ଏଥିପାଇଁ ବିଶ୍ୱ କଲ୍ୟାଣର ଶୁଭଭାବନା ଶୁଭକାମନା ଆମ ଭିତରେ ଜାଗୃତ କରିବାକୁ ହେଲେ ଆଧ୍ୟାତ୍ମିକତା ସହ ଯୋଡ଼ିବାକୁ ପଡ଼ିବ। ନିଜ ଜୀବନ ଶୈଳୀକୁ ସରସ ସୁନ୍ଦର କରିବାକୁ ହେଲେ ସକାରାତ୍ମକ ବିଚାର ଧାରା କୁ ଆପଣାଇବାକୁ ପଡ଼ିବ। ସେଥିପାଇଁ ଜ୍ଞାନର ସାଗର ପରମାତ୍ମାଙ୍କ ନୀତିକୁ ଅନୁସରଣ କରି ମନ ବଚନ ଓ କର୍ମରେ ଶୁଦ୍ଧତା ଆଣିବା ବୋଲି ବର୍ଣ୍ଣନା ଅତିଥି କହିଛନ୍ତି। ଭବାନୀପାଟଣା ସେବାକେନ୍ଦ୍ର ମୁଖ୍ୟ ସଞ୍ଚାଲିକା ବ୍ରହ୍ମାକୁମାରୀ ଶଶୀ ଭଉଣୀ ଏଥିରେ ଯୋଗଦେଇଥିବାବେଳେ ବରିଷ୍ଠ ଭ୍ରାତା ବିକେ ମାନସ ଭାଇ, ବିକେ ସୁବାଷ ଭାଇ ଏବଂ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଡ. ଜୟନ୍ତୀ ଭଉଣୀ ଯୋଗ ଦେଇ ଈଶ୍ୱରୀୟ ସନ୍ଦେଶ ଦେଇଥିଲେ। ଏଥିରେ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ମାନେ ଯୋଗଦେଇଥିଲେ। କେନ୍ଦ୍ରର ବରିଷ୍ଠ ଭାଇ ବି କେ ପ୍ରେମଲାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।