ଝରିଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମ ଆହୋଜିତ ଉକ୍ତ ଶିବିରରେ ମୁଖ୍ୟ ଅତିଥିଭାବେ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଡ଼ିଓ ମଧୁସୂଦନ ମାଝୀ, ଡିଏସଏସଓ ସୁଧାଂଶୁ ପାତ୍ର, ଜିପିଓ ରମେଶ ହରିଜନ,ବିଏସଏସଓ ସୌରଭ କେତନ ବେହେରା, ପିଏ ଟିଟୁ ବେହେରା, ଗୁରୁସିଙ୍ଗା ପଞ୍ଚାୟତ ସରପଞ୍ଚ ମୋହନ ମାଝୀ, ଯୁବମୋର୍ଚ୍ଚା ସଭାପତି ଗଜେନ୍ଦ୍ର ପାଣ୍ଡେ ସମେତ ବିଭିନ୍ନ ପଞ୍ଚାୟତ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶିବିରରେ ଝରିଗାଁ ବ୍ଲକର ୨୪ଟି ପଞ୍ଚାୟତର ୨୫୪ଜଣ ଦିବ୍ୟାଙ୍ଗ ନାମ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ମୁକ ବଧିର ୩୬, ଦୃଷ୍ଟିହୀନ ୩୫, ମାନସିକ ବେକାରଗ୍ରସ୍ତ ୩୭, ଅସ୍ଥିସଲ୍ୟ ୧୩୯ ଓ ଅନ୍ୟାନ୍ୟ ୭ ଜଣ ଥିଲେ। ୨୦୧ ଜଣଙ୍କୁ ଦିବ୍ୟାଙ୍ଗ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଶିବିରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ଥିସଲ୍ୟ ବିଭାଗ ବିଶେଷଜ୍ଞ ଡ଼.ଶିତାନନ୍ଦ ଦୁଧିଆ, ଦୃଷ୍ଟି ବାଧିତ ବିଶେଷଜ୍ଞ ଡ଼.ଏସ.ଏସ ପ୍ରଧାନ, ଗଲା ବିଶେଷଜ୍ଞ ଡ଼.ସୁଦିପ୍ତ ରାଉତ, ମାନସିକ ବିଭାଗ ବିଶେଷଜ୍ଞ ଡ଼. ଏନ. ଧନଞ୍ଜୟ ପାତ୍ର, ସମେତ ବିଶେଷଜ୍ଞ ସହାୟକ ବିଭୁଦତ୍ତ ସେଠୀ, ଶିବ ପ୍ରସାଦ ସାହୁ, ନବଘନ ସେଠୀ,ଘନଶ୍ୟାମ ବେହେରା ପ୍ରମୁଖ ଯୋଗଦେଇଥିଲେ।