୧୫ ଦିନ ଧରି ପଡିରହିଥିବା ମଟର ସାଇକଲର ମାଲିକକୁ ଖୋଜୁଛି ପୋଲିସ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନ ୯ ପାଢ଼ୀ କଲୋନୀ ରେ ଗତ ୧୫ ଦିନ ହେଲାଣି କିଏ ଜଣେ ଗୋଟିଏ ହିରୋ ହୋଣ୍ଡା ଗ୍ଲେମର ମୋଟର ସାଇକେଲ ଯାହାର ନମ୍ବର ଓଡ଼ି ୦୮ ବି ୦୯୯୬ ପଡ଼ି ରହିଥିଲା।ଏତେ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ସାହି ବାସୀ କିମ୍ବା ଅନ୍ୟ କୌଣସି ଲୋକ ଗାଡ଼ି ନ ନେବାରୁ ପଡ଼ା ବାସୀ କେସିଙ୍ଗା ପୋଲିସ ଷ୍ଟେସନକୁ ଖବର ଦେବାପରେ ପୋଲିସ ସବ୍ ଇନ୍ସପେକ୍ଟର ନୀତିନ ଚତୁର୍ବେଦି ଓ ରାହାସ ବିହାରୀ ସାହା ଆସି ଉକ୍ତ ମୋଟର ସାଇକେଲକୁ କେସିଙ୍ଗା ଥାନାକୁ ନେଇ ଯାଇଥିଲେ।କିଏ କାହିଁକି ଓ କେବେ ଉକ୍ତ ମଟର ସାଇକଲକୁ ସାହିର ମଝିକୁ ନେଇ ଛାଡ଼ିଛି ତାହା ସାହିର କୌଣସି ଲୋକ ଦେଖି ନ ଥିବା ବେଳେ କୋଉ ପରିସ୍ଥିତିରେ ମଟର ସାଇକଲ ସାହି ଭିତରକୁ ଆସିଲା ତାହା ଏବେ ପୋଲିସ ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି।ଯଦି ଖବର ପ୍ରସାରଣ ପରେ ଗାଡ଼ି ନମ୍ବର ଦେଖି କୌଣସି ବ୍ୟକ୍ତି ନିଜର ମଟର ସାଇକଲକୁ ଚିହ୍ନିବ ତାହାହେଲେ ଗାଡ଼ିର କାଗଜ ପତ୍ର ନେଇ କେସିଙ୍ଗା ଥାନାକୁ ଯିବା ପାଇଁ କେସିଙ୍ଗା ପୋଲିସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *