କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ୍ ମହିମା ପଞ୍ଚାୟତ ଭୂର୍ଷାଗୁଡା ଗ୍ରାମରେ ମାଁ ଠାକୁରାଣୀ ଦେବୀଙ୍କ ବାର୍ଷିକ ଦଶହରା ଉପଲକ୍ଷେ ସ୍ବାମୀ ବିବେକାନନ୍ଦ ଯୁବ ସଂଘ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେକର୍ଡ ଡ୍ଯାନ୍ସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ମଞ୍ଚ ଉଦଘାଟନ କରିଥିଲେ। ମହିମା ସରପଞ୍ଚ ଈଶରାମ କୋଲଥିଆ, ସମିତି ସଭ୍ୟ ଘନଶ୍ଯାମ ନାଏକ, ୱାର୍ଡ ସଭ୍ୟା ଭୂମିସୂତା ମାଝୀ, ୱାର୍ଡ ସଭ୍ୟ ଦୈତାରୀ ମାଝୀ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ଉପସଭାପତି ଟଙ୍କଧର ନାଏକ, ମହିମା ଗୌନ୍ତିଆ ଦୀନକୃଷ୍ଣ ପାତ୍ର, ଗରୁଡଧ୍ଵଜ ମାଝୀ, ଔରତ ମାଝୀ, ଭୋଜରାଜ କୋଚିଆ, ଦୁର୍ଜନ ମାଝୀ, ନକୁଲ ନାଏକ, ଗ୍ରାମ ପୂଜାରୀ ପୁରୁନ ପୂଝାରୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ମୋଟ ୨୬ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରଥମ ପୁରସ୍କାର ମା’ କାଳୀମାଉଳି ଡେନ୍ସ୍ ଗୃପ୍ କୋଟପାଡି, ଦ୍ବିତୀୟ ବି.ଆର୍. ଡେନ୍ସ୍ ଗୃପ୍ ଭୂର୍ଷିଗୁଡା, ତୃତୀୟ ୟୁବିଏମ୍ ଡେନ୍ସ୍ ଗୃପ୍ କଲମପୁର, ଚତୁର୍ଥ ମାଁ ଠାକୁରାଣୀ ଡେନ୍ସ୍ ଗୃପ୍ ଭାଲିଆଯୋର ଓ ପଞ୍ଚମ ପୁରସ୍କାର ମିସ୍ ପଲ୍ଲବୀ ଡାବୁଗାଁ ପ୍ରାପ୍ତ କରିଥିଲେ। ଆୟୋଜନ କମିଟିର ସଭାପତି ପଦ୍ମଲୋଚନ ମାଝୀ, ସଂପାଦକ ଜିତେନ୍ଦ୍ର କୁମାର ଠାକୁର, କୋଷାଧ୍ୟକ୍ଷ ଡମ୍ବରୁଧର ନାଏକ, ସ୍ବାମୀ ବିବେକାନନ୍ଦ ଯୁବ ସଂଘ ସଭାପତି ଶିବାନ ମାଝୀ, ସଂପାଦକ କ୍ଷୀରୋଦ କୁମାର ନାଏକ, କୋଷାଧ୍ୟକ୍ଷ ଗୋବର୍ଦ୍ଧନ ନାଏକ ସମେତ ଭୂର୍ଷାଗୁଡା ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜିତେନ୍ଦ୍ର କୁମାର ଠାକୁର ମଞ୍ଚ ସଂଯୋଜନା କରିଥିଲେ।


