ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯାଜ୍ଞ ସେନି ବାଗ) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମପଞ୍ଚାୟତର ତୃତୀୟ ବର୍ଷ ପାଇଁ ଆରସିବି ଯୁବକ ସଂଘ ନୁଆଁଭଦ୍ରା ଫପସିଆ ଯୋଜକ କମିଟି ଦ୍ୱାରା ସ୍ଥାନିୟ ଆମ୍ବେଦକର ଭବନରେ ଫପସି ମହୋତ୍ସବ ଲୋଗୋ ଉନ୍ମୋଚନ ହୋଇଯାଇଛି। ଚଳିତ ବର୍ଷ କିପରି ଧୁମ ଧାମ ରେ ସଂକୃତିକ କାଯ୍ୟକ୍ରମ ହେବ। ରାଜ୍ୟ ବାହାରୁ ତଥା ରାଜ୍ୟ କଳାକାର ଆସି ଯୋଗଦାନ କରିବେ । ଏହି କାଯ୍ୟକ୍ରମ ୦୬.୧୧.୨୦୨୫ ରୁ ଆରମ୍ଭ ହୋଇ ୧୨.୧୧.୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ। ସରପଞ୍ଚ ମନୀଷ ସୁନା, ମଘା ମୁନା, ରହିତ ମହାନନ୍ଦ, ମହେନ୍ଦ୍ର ତାଣ୍ଡି, ଲେଖାମଣି ବାଗ, ରମେଶ ମହାନନ୍ଦ, ତପନେ ନାଗ, ବୀରବର ସୁନା, ଅଭି ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


